ବ୍ୟାଙ୍କ ଖୋଲିବାର ସମୟରେ ପରିବର୍ତ୍ତନ, ଜାଣନ୍ତୁ କ’ଣ ରହିଛି ନୂଆ ଟାଇମିଂ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର। ଏବେ ଆପଣଙ୍କୁ ବ୍ୟାଙ୍କ ସମ୍ପର୍କିତ କାମ ଶେଷ କରିବା ପାଇଁ ୧ ଘଣ୍ଟାର ଅଧିକ ସମୟ ମିଳିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୧୮ ଏପ୍ରିଲ ୨୦୨୨ରୁ ବଜାରରେ କାରବାର ସମୟରୁ ନେଇ ବ୍ୟାଙ୍କ ଖୋଲିବାର ସମୟରେ ପରିବର୍ତ୍ତନ କରିଛନ୍ତି। ଆରବିଆଇ ୪ ଦିନ ବ୍ୟାଙ୍କ ବନ୍ଦ ରହିବା ପରେ ସୋମବାର (୧୮ ଏପ୍ରିଲ ୨୦୨୨) ରୁ ବ୍ୟାଙ୍କ ଖୋଲିବାର ସମୟରେ ପରିବର୍ତ୍ତନ କରିଦେଇଛି

ସୋମବାରଠାରୁ ସକାଳ ୯ଟାରୁ ଖୋଲିବ ବ୍ୟାଙ୍କ। ଏହାଦ୍ବାରା ଗ୍ରାହକଙ୍କୁ ନିଜର କାମ କରିବା ପାଇଁ ଆଉ ୧ ଘଣ୍ଟା ଅତିରିକ୍ତ ସମୟ ମିଳିଯିବ। ତେ​‌ବେ ବ୍ୟାଙ୍କ ବନ୍ଦ ହେବା ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ ବ୍ୟାଙ୍କ ପୂର୍ବ ସମୟ ଅନୁସାରେ ବନ୍ଦ ହେବ। ଉଲ୍ଲେଖନୀୟ ଯେ, କରୋନା ମହାମାରୀ କାରଣରୁ ବ୍ୟାଙ୍କ ଦିନରେ ଖୋଲିବାର ସମୟକୁ ହ୍ରାସ କରି ଦିଆଯାଇଥିଲା। କିନ୍ତୁ ଏହାକୁ ଏବେ ପୁଣିଥରେ ସ୍ବାଭାବିକ କରିଦିଆଯାଇଛି। ଦେଶରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ସହିତ ୭ଟି ସହକାରୀ ବ୍ୟାଙ୍କ ରହିଛି। ଏହାଛଡା ୨୦ ରୁ ଅଧିକ ପ୍ରାଇଭେଟ୍ ବ୍ୟାଙ୍କ ଅଛି। ଏହି ସବୁ ବ୍ୟାଙ୍କ ଉପରେ ଏହି ନିୟମ ଲାଗୁହେବ।

ଆରବିଆଇ ବ୍ୟାଙ୍କ ସହିତ ବିଦେଶୀ ମୁଦ୍ରା ବିନିୟମ ବଜାର ଓ ସରକାରୀ ବଣ୍ଡରେ ଦିଆ ନିଆ ଏବେ ପରିବର୍ତ୍ତିତ ସମୟ ଅନୁସାରେ ହେବ। ୧୮ ଏପ୍ରିଲ ୨୦୨୨ ରୁ ବିଦେଶୀ ମୁଦ୍ରା ଡେରିଭେଟିଭ, ଟଙ୍କା ସୁଧ ହାର ଡେରିଭେଟିଭ, କର୍ପୋରେଟ୍‌ ବଣ୍ଡସରେ ରେପୋ ସହିତ ବିଦେଶୀ ମୁଦ୍ରା (FCY)/ଭାରତୀୟ ଟଙ୍କା (INR) ଟ୍ରେଡସ୍‌ ଭଳି ଆରବିଆଇ ବିନିୟମିତ ବଜାରରେ ଟ୍ରେଡସ୍ ନିଜର ପୂର୍ବ- କୋଭିଡ୍‌ ସମୟ ଅର୍ଥାତ ସକାଳ ୧୦ଟା ବଦଳରେ ୯ଟାରୁ ଆରମ୍ଭ ହେବ।

Leave A Reply

Your email address will not be published.