mobile header

ଫଳକ ପରିବର୍ତନ କରି ଅପକର୍ମକୁ ଲୁଚାଇବାକୁ ଚେଷ୍ଟା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଫଳକ ବଦଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଫଳକ ପରିବର୍ତନ କରି ନିଜର ଅପକର୍ମକୁ ଲୁଚାଇବାକୁ ଚେଷ୍ଟା କରଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ବର୍ତମାନ ବିବାଦୀୟ ହୋଇଗଲାଣି । ରାଜ୍ୟ ସରକାର ଯଦି ଭଲ କାମ କରିବାକୁ ଚାହୁଁଛନ୍ତି ତେବେ ଏଭଳି ବାହାନା ଦେଖାଇବା ଉଚିତ୍ ନୁହେଁ । ଯେଉଁମାନେ ଏହାକୁ ମନିଟରିଂ କରୁଥିଲେ ଯଥା ଏଏସଆଇ ଓ ସରକାରୀ ଅଫିସରଙ୍କ ସ୍ପଷ୍ଟତା ନାହିଁ । ଭିତିରି ଉଦ୍ଦେଶ୍ୟ ରଖି ପ୍ରକଳ୍ପ କରିବାକୁ ଚାହୁଁଥିବାରୁ ଏଭଳି ଘଟଣା ଘଟିବାକୁ ଯାଉଛି ବୋଲି କହିଛନ୍ତି ବିଜୟ ମହାପାତ୍ର ।

Leave A Reply

Your email address will not be published.