
କ୍ଷୀର ଓ ପାଣିକୁ ସଠିକ ଶୈଳୀରେ ପିଇବା ଉଚିତ। ନଚେତ୍ ଅନେକ ସମସ୍ୟା ହୋଇଥାଏ। ଜାଣନ୍ତୁ……
କ୍ଷୀର ହାଡକୁ ମଜଭୂତ କରିଥାଏ। ଏହା ଶରୀରରେ କ୍ୟାଲସିୟମର ଅଭାବକୁ ଦୂର କରିଥାଏ। କ୍ଷୀର ସବୁବେଳେ ରାତିରେ ପିଇବା ଉଚିତ। ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ହାଲକା ଉଷୁମ କ୍ଷୀର ପିଇବା ଉଚିତ। ସର୍ବଦା ଠିଆ ହୋଇ କ୍ଷୀର ପିଇବା ଉଚିତ। ଏହାଦ୍ୱାରା ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ହୋଇନଥାଏ। ଆଣ୍ଠୁଗଣ୍ଠି ସମସ୍ୟା ହେବାର ଭୟ ନଥାଏ। କର୍କଟ ଭଳି ମାରାତ୍ମକ ରୋଗ ମଧ୍ୟ ଶରୀରରୁ ଦୂରେଇ ରହିଥାଏ। ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ।
ପ୍ରତିଦିନ ସଭିଏଁ ପାଣି ପିଇଥାଆନ୍ତି। ମାତ୍ର ଭୁଲ ଶୈଳୀରେ ପାଣି ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟା ହୋଇଥାଏ। ଠିଆ ହୋଇ ପାଣି ପିଇବା ଦ୍ୱାରା ଏହାର କୁପ୍ରଭାବ ପେଟ ଉପରେ ପଡିଥାଏ। ଏହା ପେଟରେ ଥିବା ମାଂସପେଶୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣି ସର୍ବଦା ବସି କରି ପିଅନ୍ତୁ। ଅଧିକାଂଶ ସମୟରେ ଅନେକ ଲୋକେ ଜଲଦି ଜଲଦି ପାଣି ପିଅନ୍ତି। ମାତ୍ର ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ଅନେକ ରୋଗ ହୋଇଥାଏ।