mobile header

ଶନିଦଶାରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ

ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ମଣିଷକୁ ତାର ଭଲ ଓ ଖରାପ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି ଶନିଦେବ । ଯଦି ଜଣେ ବ୍ୟକ୍ତିଙ୍କ ରାଶିରେ ଶନି ଚଳନ କରନ୍ତି । ତେବେ, ସେହି ବ୍ୟକ୍ତିଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ସଫଳତା ପାଇବାତ ଦୂରର କଥା ,ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଇଥାଏ । ସେଥିପାଇଁ କିଛି ସରଳ ଉପାୟ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଏହି ସରଳ ଉପାୟ ଅବଲମ୍ବନ କରିବା ଦ୍ବାରା ଆପଣ ଶନିଦେବଙ୍କୁ ସନ୍ତୁଷ୍ଟ କରିପାରିବେ ।

ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ:

-ଶନିବାର ଦିନ ଶନି ଦେବଙ୍କ କୃପା ଲାଭ କରିବା ଲାଗି ଉପବାସ ପାଳନ କରନ୍ତୁ । ଏହି ଦିନ ବ୍ରହ୍ମା ମୁହୁର୍ତ୍ତରେ ସ୍ନାନ କରି ଶନି ଦେବଙ୍କ ମୂର୍ତ୍ତି ପୂଜା କରନ୍ତୁ । ଶନି ମନ୍ଦିର ଯାଇ ଏହି ଦିନ ଶନି ଦେବଙ୍କୁ ନୀଳ ଲାଜୱନ୍ତୀ ଫୁଲ, କଳା ତେଲ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି । ଦୁଖଃ କଷ୍ଟ ଦୂର ହୋଇଥାଏ ।

-ଶନି ଦେବଙ୍କ କୃପା ଲାଭ ପାଇଁ ଓସ୍ତ ଗଛ ମୂଳରେ କଳା ତେଲ ଅର୍ପଣ କରନ୍ତୁ। କ୍ରମାଗତ ଭାବରେ ଏହି ପ୍ରତିକାର କରିବା ଦ୍ୱାରା ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥାଏ ସମସ୍ୟା ଦୂର ହୋଇଥାଏ । ଆର୍ଥିକ ସ୍ଥିତି ମଜଭୁତ ରହିଥାଏ ।

-ଶନି ଦଶାରୁ ମୁକ୍ତି ପାଇବା ପାଇଁ ଭକ୍ତିର ସହ ଶନି ଦେବଙ୍କ ପୂଜା କରନ୍ତୁ । ଏହା ବ୍ୟତୀତ ଏକ ଚାମଚ ଲାଲ୍ ଚନ୍ଦନକୁ ପାଣିରେ ପକାଇ ପ୍ରତିଦିନ ଗାଧାନ୍ତୁ। ଏହି ଉପାୟ କରିବା ଦୂରା ଶନି ପୀଡ଼ା ଦୂର ହୋଇଥାଏ ।

-ହନୁମାନ ମନ୍ଦିରରେ ସୁନ୍ଦରକନ୍ଦ ପାଠ କରିବାର ଅନେକ ଲାଭ ଅଛି । ଏହା କେବଳ ଆତ୍ମବିଶ୍ୱାସ ବଢାଏ ତାହା ନୁହେଁ, ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସଫଳତାର ସହ କାର୍ଯ୍ୟକାରୀ କରାଇଥାଏ । ଏଥିଲାଗି ଶନିବାର ଦିନ ହନୁମାନ ମନ୍ଦିରରେ ଘିର ଦୀପ ଜାଳି ପ୍ରାର୍ଥନା କରନ୍ତୁ । ଏହା ବ୍ୟତୀତ ହନୁମାନଙ୍କୁ କଦଳୀ ଅର୍ପଣ କରନ୍ତୁ, ପରେ ଗରିବଙ୍କ ମଧ୍ୟରେ ଏହି ପ୍ରସାଦକୁ ବଣ୍ଟନ କଲେ ବିଶେଷ ଲାଭ ମିଳିଥାଏ ।

ଶନିବାର ଦିନ କରନ୍ତୁ ନାହିଁ ଏହି କାମ:

-ଶନି ଦେବଙ୍କୁ ଖୁସି କରିବା ପାଇଁ ସୋରିଷ ତେଲ ଦାନ କରିବା କିମ୍ବା ଶନିବାର ଦିନ ଏହାର ଦୀପ ଜାଳିବା ଲାଭଦାୟକ ଅଟେ । କିନ୍ତୁ ଏହି ଦିନ ସୋରିଷ ତେଲ କିଣିବା ଏବଂ ଘରକୁ ଆଣିବା ଉଚିତ୍ ନୁହେଁ କିମ୍ବା ଦୋକାନରୁ କିଣିବା ଉଚିତ୍ ନୁହେଁ । କେବଳ ପୂର୍ବରୁ କିଣାଯାଇଥିବା ତେଲ ବ୍ୟବହାର କରାଯିବା ଉଚିତ୍ ।

-ଶନିବାର ଦିନ ଲୋକମାନେ ସୋରିଷ ତେଲ ସହିତ ରାଶି ତେଲ ମଧ୍ୟ ଦାନ କରନ୍ତି, କିନ୍ତୁ ମନେରଖନ୍ତୁ ଯେ, ଶନିବାର ଦିନ କଳା ରଙ୍ଗର ତେଲ କିଣିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହେବା ପରିବର୍ତ୍ତେ କ୍ରୋଧିତ ହୋଇପାରନ୍ତି । ଏବଂ ଆପଣଙ୍କୁ କାଙ୍ଗାଳ ମଧ୍ୟ କରିପାରନ୍ତି।

– ସେହିପରି ଲୁହା କିମ୍ବା ଲୁହାରେ ତିଆରି ଜିନିଷ ଶନିବାର କିଣିବା ଉଚିତ୍ ନୁହେଁ । ଏହି ଦିନ ଲୁହା ଦାନ କରିବା ଅନୁଚିତ୍।

-ଶନିବାର ଦିନ ଜୋତା ଏବଂ ଚପଲ ଦାନ କରିବା ଦ୍ବାରା ଶନିଦେବ ଖୁସି ହୋଇଥାନ୍ତି । କିନ୍ତୁ ମନେରଖନ୍ତୁ ଯେ, ଏହି ଦିନ କୌଣସି ବ୍ୟକ୍ତିଙ୍କ ଠାରୁ ଜୋତା ଏବଂ ଚପଲ ଉପହାର ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ ।

-ଗରିବ,ଦୁର୍ବଳ କିମ୍ବା ବୃଦ୍ଧଙ୍କୁ ଅପମାନିତ କରାଯିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କୁ ହଇରାଣ କରାଯିବା ଉଚିତ୍ ନୁହେଁ। ନିରିହ ଲୋକଙ୍କ ଉପରେ ଏପରି ଦାଉ ସାଧୁଥିବା ଲୋକଙ୍କ ଉପରେ ଶନିଦେବ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ।

Leave A Reply

Your email address will not be published.