ମାଲକାନଗିରିରେ ପ୍ରଥମ ମହିଳା ବିଡିଓଙ୍କ ଯୋଗଦାନ

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ବ୍ଲକରେ ପ୍ରଥମ ମହିଳା ବିଡିଓ ଭାବେ ସୁଶ୍ରୀ ପ୍ରଭାତୀ ଝଡିଆ ଶନିବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ ରାୟଗଡ଼ା ଜିଲ୍ଲାର ରାମନାଗୁଡା ବ୍ଲକରେ ବିଡିଓ ଭାବରେ ସଫଳତାର ସହ କାର୍ଯ୍ୟ କରିଥିଲେ।ଏହା ସହ ଗୁଣୁପୁର ବ୍ଲକ ବିଡିଓ ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ଵରେ ରହି ସଫଳତାର ସହ କାର୍ଯ୍ୟ କରିଥିଲେ। ମାଲକାନଗିରି ବ୍ଲକ ବିଡିଓ ଦାୟିତ୍ଵ ଗ୍ରହଣ କଲା ପରେ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବେ ବୋଲି ପ୍ରକାଶ କରିଛନ୍ତି । ସରକାରଙ୍କ ଜନହିତକର ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ଯତ୍ନବାନ ହେବେ ବୋଲି ପ୍ରକାଶ କରିଛନ୍ତି । ଜଣେ ଦକ୍ଷ ତଥା କର୍ମଠ ବିଡିଓଙ୍କ ଯୋଗଦାନ ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ମାଲକାନଗିରି ବିଡିଓ ଭାବରେ ଦାୟିତ୍ଵ ନେବା ଅବସରରେ ବ୍ଲକ ସେକ୍ସନ ଅଫିସର ଶିବ ଚରଣ ସେଠ, ଜିପିଓ ଶଙ୍କର୍ଷଣ ଖଣ୍ଡୁଆଳ, ସହକାରୀ ଯନ୍ତ୍ରୀ ଅଭିଜିତ ସେଠୀ, କନିଷ୍ଠ ଯନ୍ତ୍ରୀ ସରୋଜ ସାମନ୍ତରାୟ, ବିଭୂତି ଭୂଷଣ ରାଉତ, ଡବ୍ଲୁଇ ଓ ସସ୍ମିତା ମାଝୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.