ବାଟରେ ଖରାପ ହେଲା ଚୋରା ଗାଡ଼ି, ମେକାନିକ୍‌ ଭାବି ମାଲିକଙ୍କୁ ଡାକିଲେ ଚୋର

ଦଣ୍ଡକୁଣ୍ଡ ଗାଁର ମଣ୍ଟୁ ସିଂହଙ୍କ ବୁଲେଟ୍‌ ଘର ବାହାରେ ଥିଲା। ବିଳମ୍ବିତ ରାତିରେ ଦୁଇ ଜଣ ବାଇକ୍ ଚୋର ଆସି ସେହି ଗାଡ଼ିଟିକୁ ନେଇ ଚମ୍ପଟ ମାରିଥିଲେ। ଅଧାବାଟ ଗଲା ପରେ ଗାଡ଼ିଟି ହଠାତ୍ ଖରାପ ହୋଇଯାଇଥିଲା। ସେଠାରେ ଥିବା ସ୍ଥାନୀୟ ଲୋକଙ୍କୁ ଚୋରମାନେ ମେକାନିକ୍‌ ବିଷୟରେ ପଚାରି ବୁଝିଥିଲେ। ସ୍ଥାନୀୟ ଲୋକେ ମେକାନିକ୍ ମଣ୍ଟୁ ସିଂହର ନମ୍ବର ଦେଇଥିଲେ। ବାଇକ୍ ଚୋରମାନେ ମଣ୍ଟୁଙ୍କୁ ଗାଡ଼ି ସଜାଡିବାକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିବାକୁ ଫୋନ୍ କରି ଡାକିଥିଲେ। ହେଲେ ଉକ୍ତ ଗାଡ଼ିଟି ମଣ୍ଟୁଙ୍କର ବୋଲି ଚୋରମାନେ ଜାଣି ନଥିଲେ।

ଚୋରମାନେ ଡାକିଥିବା ସ୍ଥାନରେ ପହଞ୍ଚି ମଣ୍ଟୁ ନିଜ ଗାଡ଼ିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଚୋରମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ପରେ ସେମାନଙ୍କୁ ଗଛରେ ବାନ୍ଧି ନିର୍ଧୂମ ପିଟିଥିଲେ। ଯୁବକ ଦୁଇ ଜଣଙ୍କ ପରିଚୟ ମିଳିନାହିଁ

Leave A Reply

Your email address will not be published.