ଅଢ଼େଇ ମାସ ପରେ ପୋଲିସର ଆକ୍ସନ, ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ

ଅଢ଼େଇ ମାସ ପରେ ଏତଲା ରୁଜୁ । ମଡେଲ ସୌମ୍ୟରଂଜନ ଆତ୍ମହତ୍ୟା ମାମଲାରେ ପୋଲିସର ଆକ୍ସନ । ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଙ୍କ ନାରେ ଇନ୍ଫୋସିଟି ପୋଲିସ ଥାନାରେ ମାମଲା ରୁଜୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ ହୋଇଛି ।

ଖବର ଅନୁଯାୟୀ, ଜାନୁଆରୀ ୩୦ରେ ସୌମ୍ୟ ଆତ୍ମହତ୍ୟା କରିଥିଲେ। ତାଙ୍କ ସୁଇସାଇଡ଼ ନୋଟରେ ସେ ତାଙ୍କ ମୃତ୍ୟୁ ପାଇଁ ସୋନାଲିଙ୍କୁ ଦାୟୀ କରିଥିଲେ। ସୌମ୍ୟଙ୍କ ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଶେଷରେ ପରିବାର ପକ୍ଷରୁ ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଏନେଇ ମାମଲା ରୁଜୁ ପାଇଁ ନିର୍ଦେଶ ଦେଇଥିଲେ। ଘଟଣାର ଅଢ଼େଇ ମାସ ପରେ ପୋଲିସ ଏବେ ମାମଲା ରୁଜୁ କରିଛି। ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଙ୍କ ନାରେ ଇନ୍ଫୋସିଟି ପୋଲିସ ଥାନାରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.