mobile header

୬ଟି ଦେଶରୁ ଭୁବନେଶ୍ୱର ଆସୁଥିଲା କୋକେନ୍

ଭୁବନେଶ୍ୱରରେ କୋକେନ୍ ଜବତ ଘଟଣାରେ ସାମ୍ନାକୁ ଆସିଲା ବାହାର ଦେଶର ଲିଙ୍କ | ମିଳିଥିବା ସୂଚନା ମୁତାବକ ବିଦେଶରୁ କୋକେନ୍ ଆସୁଥିଲା | କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ଗିରଫ ଦୁଇ ଅଭିଯୁକ୍ତ ଅନ୍ୟ ଦେଶର ଡ୍ରଗ ପେଡଲରମାନଙ୍କ(ଡ୍ରଗ୍ସ ଦଲାଲ) ସହ ଯୋଗାଯୋଗରେ ଥିଲେ | ୬ଟି ଦେଶରୁ ଏହି କୋକେନ ଆସୁଥିଲା | ଚୀନ, ଫ୍ରାନ୍ସ, ଆମେରିକା, ସ୍ୱିଜରଲାଣ୍ଡ, ଥାଇଲ୍ୟାଣ୍ଡ, ସାଉଥଆଫ୍ରିକାରୁ କୋକେନ ଦିଲ୍ଲୀ ଆସୁଥିବାବେଳେ ସେଠାରୁ ଓଡିଶା ଆସୁଥିଲା କୋକେନ୍ |

ଏସଟିଏଫ୍ ରାଜଧାନୀରୁ କୋକେନ୍ ମିଳିବା ଘଟଣାକୁ ନେଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା ଏସ୍ଟିଏଫ୍। ଆଉ ଅଭିଯୁକ୍ତ ରବିର ମୋବାଇଲ ଖୋଲିଛି କୋକେନ୍ ସିକ୍ରେଟ। ରବି ଏକାଧିକ ମୋବାଇଲରେ ଲୋକଙ୍କ ସହ କଥା ହୋଇ ଡିଲ କରିଥିବା ଏସଟିଏଫ୍ ଜାଣିବାକୁ ପାଇଛି । ଲୋକେସନ ଟ୍ରାକ ଭୟରେ, ଭିନ୍ନ ଭିନ୍ନ ଫୋନ ଯୋଗେ କଥା ହେଉଥିଲା ଏହି କୋକେନ ଦଲାଲ। ସେ କଲ ଡିଟେଲସ ରେକର୍ଡ ଭୟରେ ହ୍ବାଟସଅପ ଓ ଟେଲିଗ୍ରାମକୁ ମାଧ୍ୟମ କରିଥିଲା।

ଆଉ ଏବେ ଏହି ମୋବାଇଲରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି | ଏସବୁ ପଛରେ ଏକ ବଡ଼ ନେଟୱର୍କ କାମ କରୁଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି | ସୂଚନାଯୋଗ୍ୟ, ଏସ୍‌ଟିଏଫ୍‌ ଟିମ୍‌ ପ୍ରଥମ ଥର ପାଇଁ ରାଜଧାନୀରୁ ୨୦୨ ଗ୍ରାମ ଓଜନର କୋକେନ୍‌ ଜବତ କରିବା ସହ ଦୁଇ ମାଫିଆଙ୍କୁ ଗିରଫ କରିଥିଲା । ସେମାନେ ହେଲେ ରାଜସ୍ଥାନ ଚୁରୁ ଜିଲ୍ଲା ହାମିର୍‌ବାସ ଅଞ୍ଚଳର ରବି ସିଂ ଓ ଝୁନ୍‌ଝୁନ୍‌ ଜିଲ୍ଲା ଖାଡଖାଡ଼ି ଅଞ୍ଚଳର ସନ୍ନି କୁମାର। ସନ୍ନି ନୂଆପଲ୍ଲୀ ଥାନା ସାଲିଆସାହି ତାରିଣୀନଗର ଅଞ୍ଚଳରେ ରୁହେ। ଜବତ କୋକେନ୍‌ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ତେବେ କୋକେନ୍‌ ଜବତ ଘଟଣା ରାଜ୍ୟରେ ପ୍ରଥମ। ଏହି ଗ୍ୟାଙ୍ଗର ଚେର ରାଜଧାନୀରୁ ଦିଲ୍ଲୀ ଯାଏ ଲମ୍ବିଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.