ଆଗପଛ ହୋଇ ଚାଲିଗଲେ ଦୁଇ ଝିଅ । ଉଭୟଙ୍କ ଚକ୍ଷୁଦାନ କରିଦେଲେ ଅଟୋବାଲା ବାପା ।

ଏକାସାଙ୍ଗେ ଦୁଇ ଝିଅଙ୍କୁ ହରାଇଥିବା ଭୁବନେଶ୍ୱର ଶାସ୍ତ୍ରୀ ନଗରର ଅଟୋବାଲା ସମରେନ୍ଦ୍ର ସାହୁ । ଶରୀରର ଦୁଇ ବାହୁ ବୋଲାଉଥିଲେ ବଡ଼ ଝିଅ ଶୁଭଲକ୍ଷ୍ମୀ ଓ ସାନ ଝିଅ ଭାଗ୍ୟଲକ୍ଷ୍ମୀ । ଗରିବୀର ଛାତ ତଳେ ବରଗଛ ଭଳି ବିଶ୍ୱାସ ନେଇ, ବଡ଼ ଝିଅ ପାଇଥିଲା ବଡ଼ ଚାକିରି । ଚାଟାର୍ଡ ଆକାଉଟାଂଟ୍ ଶୁଭଲକ୍ଷ୍ମୀ ନାଇଜରରେ ବାର୍ଷିକ ୨୨ ଲକ୍ଷ ଟଙ୍କାର ପ୍ୟାକେଜ୍ ପାଇଥିଲେ । ଆଉ ସାନ ଝିଅ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ସାଇନ୍ସରେ ଗ୍ରାଜୁଏସନ୍ କରୁଥିଲେ । ହେଲେ ନିୟତିର ଲେଖା କିଛି ଅଲଗା ଥିଲା, ଫୁଡ୍ ପଏଜନ ହେତୁ ଦୁଇ ଝିଅଙ୍କ ଜୀବନ ଆଗ ପଛ ହୋଇ ଚାଲିଗଲା । ଜଣେ ଅଟୋବାଲା ବାପର ସ୍ୱପ୍ନ ହଜାରେ ଥିଲା କିନ୍ତୁ ସାକାର ହେବା ବଦଳରେ ଅଧାବାଟରେ ସେ ଅଟକିଗଲା ।ଦୁଇ ଝିଅଙ୍କ ମୃତ୍ୟୁ ପରେ ବି ସେମାନଙ୍କୁ ଆଖିଆଗରେ ଦୁରେଇ ନଦେବା ପାଇଁ ଦାନ କରିଦେଲେ ଦୁଇ ଝିଅଙ୍କ ଆଖି । ଦୁଇ ଝିଅଙ୍କ ଆଖି ଏବେ ଅନ୍ୟ କାହାର ଅନ୍ଧାରି ଦୁନିଆରେ ଆଲୋକ ଭରୁଛି । ‘ମୋ ପରିବାର’ ସହାୟତାରେ ଅଟୋବାଲା ବାପା କରିଥିବା ମହତ କାମ ପାଇଁ ସବୁଠି ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.