mobile header

ପାଟ୍ରୋଲିଂ ବେଳେ ପୋଲିସ ଦ୍ଵାରା ଗଞ୍ଜେଇ ଜବତ ଓ ଦୁଇ ଗିରଫ

ମାଲକାନଗିରି, ୨୧।୧: ମାଲକାନଗିରି ପୋଲିସ ପକ୍ଷରୁ ପାଟ୍ରୋଲିଂ ବେଳେ ୩୬ କେଜି ଗଞ୍ଜେଇ ଜବତ ଦୁଇ ଗିରଫ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନିର୍ଦେଶ କ୍ରମେ ମାଲକାନଗିରି ଥାନା ଏସଆଇ କୁର୍ତ୍ତିବାସ ବେହେରା, କନଷ୍ଟେବଳ ଚିରଞ୍ଜୀବୀ ସ୍ଵାଇଁ, ଦେବେନ୍ଦ୍ର ଦେଶିଆ ନାୟକ ପ୍ରମୁଖ ଗଉଡଗୁଡା ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ତେବେ ଏହି ସମୟରେ ଛକ ନିକଟରେ କିଛି ଜାରି ବସ୍ତା ଧରି ଦୁଇଜଣ ଯୁବକ ଯାଉଥିବା ବେଳେ ସେମାନଙ୍କ ଉପରେ ପୋଲିସ ସନ୍ଧେହ କରି ତାଙ୍କୁ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ୩୬ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହାପରେ ପୋଲିସ ତୁରନ୍ତ ପୋଲିସ ଉକ୍ତ ଗଞ୍ଜେଇ ଜବତ କରିବା ସହ ଉଭଯଙ୍କୁ ଗିରଫ କରିଥିଲା । ଗିରଫ ବ୍ୟକ୍ତି ମାନେ ହେଲେ ବାଲିମେଲାର ଧନ ନାଗ, ଯିଏକି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅନ୍ୟଜଣେ ହେଲା ବାଲିମେଲା ମେଡିକାଲ ଛକର ସୁରେନ୍ଦ୍ର ହିଆଲର ଯିଏକି ଗଞ୍ଜେଇ ଚାଲାଣ କାରୀଙ୍କୁ ଗଞ୍ଜେଇ ଯୋଗଉଥିଲା । ତେବେ ଉଭୟଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.