mobile header

ଡ଼. ଶ୍ୟାମ ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି. ୭୯ ଡ଼. ଶ୍ୟାମ ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଡ଼ମା ରାବା ଯୋଗ ଦେଇଥିଲେ । ତାଙ୍କୁ ବିଦ୍ୟାଳୟ ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ସ୍ଵାଗତ କରି ପାଛୋଟି ନେଇଥିଲେ । ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ସମ୍ମାନିତ ଅତିଥି ରୂପେ କାଲିମେଳା ଜୋନ-୧ ଜିଲା ପରିଷଦ ସଭ୍ୟା ଶ୍ରୀମତୀ ଅପର୍ଣ୍ଣା ମଣ୍ଡଳ, ବିଡ଼ିଓ ଶ୍ରୀଯୁକ୍ତ ଉମାଶାଙ୍କର ଦଳେଇ, ପ୍ରତିଷ୍ଠିତା ସଦସ୍ୟ ଶ୍ରୀ ନିମାଇଁ ପାଲ, ନନୀଗୋପଲ ହାଲଦାର, ପୂର୍ବତନ ପରିଚାଳନା ସଦସ୍ୟ ଶ୍ରୀ ପରିତୋଷ ସରକାର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ପାଢୀ ଅତିଥି ପରିଚୟ ଦେଇଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥିବା କିଛି ସମସ୍ୟା ଦୂର ହୋଇଛି । ଆଉ ଯେଉଁ ସମସ୍ୟାଗୁଡିକେ ରହିଛି ସେଗୁଡିକ ଦୂର କରାଯିବ ବୋଲି ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଛାତ୍ରୀଛାତ୍ରମାନେ ଭଲ ପାଠ ପଢି ନିଜ ମାଆ ବାପା, ଗାଁ, ଜିଲ୍ଲାର ନାଁ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.