୫-ଟି କାର୍ଯ୍ୟର ଉନ୍ନୟମୂଳକ କାର୍ଯ୍ୟକୁ ତଦାରଖ କଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ବିଶାଲ ସିଂ ଖଇରପୁଟ ବ୍ଲକର କୁଡ଼ୁମୁଲୁଗୁମା ପଞ୍ଚାୟତରେ ମିଳିତ ଜନ ଶୁଣାଣି ପରେ ଅଚାନକ ପୁରୁଣା ଗୁମା ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ନୋଡାଲ ହାଇସ୍କୁଲକୁ ପରିଦର୍ଶନ କରି ସେଠାରେ ଚାଲିଥିବା ୫-ଟି ଅଧିନସ୍ଥ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟର ତଦାରଖ କରିବା ସାଙ୍ଗକୁ ଶିକ୍ଷକ ମାନଙ୍କ ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଉନ୍ନୟନ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରି ତଦାରଖ କରିଥିଲେ । ଖଇରପୁଟ ବିଡିଓ ହୃଦ୍ ରଞ୍ଜନ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.