ଥାନା ନିକଟରେ ମାଓ ବ୍ୟାନର ଲଗାଇଲେ ମାଓବାଦୀ

ମାଲକାନଗିରି, ୨୪।୨: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କୋଣ୍ଡାଗାଓନର ମର୍ଦାପାଲ ଅଞ୍ଚଳରେ ମାଓବାଦୀ ମାନେ ଏକ ଧମକ ପୂର୍ଣ ବ୍ୟାନର ଲଗାଇଛନ୍ତି । ଏଥିରେ ସେମାନେ ସ୍ଥାନୀୟ ଅଞ୍ଚଳରେ ଥିବା ନିକୋ ମାଇନ୍ସ କମ୍ପାନୀର ଦଲାଲ ଏବଂ ନିକୋ ମାଇନ୍ସ କମ୍ପାନୀର ଅଧିକାରୀ ଏବଂ ଯାନଗୁଡ଼ିକୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ମାରଡାପାଲି ପୋଲିସ ଷ୍ଟେସନ ପରିସରରେ ପ୍ରାୟ ୫୦୦ ମିଟର ଦୂରରେ ଏହି ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା। ପୋଲିସ ଥାନା ନିକଟରେ ବ୍ୟାନର ଲଗାଇ ମାଓବାଦୀ ମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ନାରାୟଣପୁର ଜିଲ୍ଲାର ପୂର୍ବତନ ବସ୍ତର ଡିଭିଜନାଲ ସିପିଆଇ ମାଓବାଦୀଙ୍କ ଦ୍ଵାରା ଜାରି ହୋଇଥିବା ଏହି ବ୍ୟାନରରେ ବିଜେପି ଜିଲ୍ଲା ଉପାଧ୍ୟକ୍ଷ ସାଗର ସାହୁଙ୍କୁ ଦଣ୍ଡିତ କରାଯାଇଥିବା ମଧ୍ୟ ଉଲ୍ଲେଖ ରହିଛି । ସେହିପରି ନିକୋ କମ୍ପାନୀ ସହ ଦଲାଲ କରିଥିବା ଲୋକେ ଜନସାଧାରଣଙ୍କ ସମ୍ମୁଖକୁ ଆସି କ୍ଷମା ମାଗନ୍ତୁ ବୋଲି ଉଲ୍ଲେଖ ରହିଛି । ଯାହାକୁ ନେଇ ମର୍ଦାପାଲ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.