ଓଡ଼ିଶା ବଜେଟ ୨୦୨୩-୨୪: ଜାଣନ୍ତୁ କ’ଣ ରହିଛି ଚଳିତ ବଜେଟରେ

ଭୁବନେଶ୍ବର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ବଜେଟ ଉପସ୍ଥାପନ କରିଛନ୍ତି। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ଚଳିତ ବଜେଟରେ।

• ବଜେଟରେ କ୍ରୀଡ଼ା ପାଇଁ ୧,୨୧୭ କୋଟି ଟଙ୍କା ବ୍ୟୟବରାଦ
• ବଜେଟରେ ପର୍ଯ୍ୟଟନ ବିଭାଗ ପାଇଁ ୬୮୦ କୋଟି ଟଙ୍କା ବ୍ୟୟବରାଦ
• ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ନିମନ୍ତେ ୩୮ ହଜାର ୪୩୭ କୋଟି ବ୍ୟୟବରାଦ
• ଶିଳ୍ପ ଓ ଏମଏସଏମଇ ବିଭାଗ ପାଇଁ ୧,୩୫୮ କୋଟି
• ମିଶନ ଶକ୍ତି, ମହିଳା ଓ ଶିଶୁ କଲ୍ୟାଣ ପାଇଁ ୬,୨୨୪ କୋଟି
• ସହରାଞ୍ଚଳ ବିକାଶ ପାଇଁ ୭,୯୧୯ କୋଟି
• ପାଇପ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି
• ବିପର୍ଯ୍ୟୟ ପରିଚାଳନା ପାଇଁ ୩,୭୦୦ କୋଟି ବ୍ୟୟବରାଦ
• ବଜେଟରେ ଅଭ୍ୟନ୍ତରୀଣ ସୁରକ୍ଷା ପାଇଁ ୮ ହଜାର ୧୩୦ କୋଟି ବ୍ୟୟବରାଦ
• ବଜେଟରେ ହସ୍ତତନ୍ତ ଓ ବୟନଶିଳ୍ପ ପାଇଁ ୨୧୯ କୋଟି ବ୍ୟୟବରାଦ
• ବଜେଟରେ ଇଲେକ୍ଟ୍ରୋନିକ୍ ଓ ଇନଫରମେସନ ଟେକ୍ନୋଲୋଜି ବିଭାଗ ପାଇଁ ୩୫୬ କୋଟି ବ୍ୟୟବରାଦ
• ଆମ ବସଷ୍ଟାଣ୍ଡ ଯୋଜନା ପାଇଁ ୧୦୦ କୋଟି ଟଙ୍କା
• ରାସ୍ତା, ବ୍ରିଜ, ରେଳ, ଓ ଏୟାରପୋର୍ଟ ବିକାଶ ପାଇଁ ୧୯ ହଜାର ୪୫୨ କୋଟି ଟଙ୍କା ବ୍ୟୟବରାଦ
• ଛାତ୍ରଛାତ୍ରୀଙ୍କୁ ମାଗଣା ସାକକେଲ ଦେବା ଯୋଜନା ପାଇଁ ୧୫୫ କୋଟି ଟଙ୍କା
• ମୋ ସ୍କୁଲ ଯୋଜନାରେ ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୮୦୫ କୋଟି ଟଙ୍କା ବ୍ୟୟବରାଦ
• ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି
• ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ୩୪ ହଜାର ୫୦୦ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ପାଇଁ ୧୩୯ କୋଟି ବ୍ୟୟବରାଦ ଏଥିରେ ୧୧୮ ଜଣଙ୍କୁ ନେତୃତ୍ୱ ପୁରସ୍କାର ଓ ୨୦୦୦ ମେଧାବୀଙ୍କୁ ବୃତ୍ତି
• ମାଧ୍ୟମିକ ସ୍କୁଲର ୭୦୦ ଶିକ୍ଷକ ଓ ୪୧୯ ପ୍ରଧାନଶିକ୍ଷକ ପୁରସ୍କୃତ ହେବେ, ପ୍ରାଥମିକ ବିଦ୍ୟାଳୟର ୩୫୦ ପ୍ରଧାନଶିକ୍ଷକ ଓ ୩୧୯ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ
• ମାଧ୍ୟମିକ ସ୍ତରରେ ୪୧୯ ଟି ଶ୍ରେଷ୍ଠ ସ୍କୁଲ ପରିଚାଳନା କମିଟିକୁ ମିଳିବ ପୁରସ୍କାର
• ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପାଇଁ ୩୦ ହଜାର ୩୦ କୋଟି ଟଙ୍କା ବ୍ୟୟବରାଦ
• ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି
• ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି ଓ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି ବ୍ୟୟବରାଦ
• କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୧୧ କୋଟି ବ୍ୟୟବରାଦ
• ମୁଖ୍ୟମନ୍ତ୍ରୀ ସ୍ଵାସ୍ଥ୍ୟସେବା ମିଶନ ପାଇଁ ୩,୩୦୦ କୋଟି ବ୍ୟୟବରାଦ
• କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପୁନଃବିକାଶ ପାଇଁ ୧୪୦୦ କୋଟି ବ୍ୟୟବରାଦ
• ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟି ଟଙ୍କାରେ ୧୪୭ ଟି ହସ୍ପିଟାଲର ରୂପାନ୍ତରିକରଣ
• ୧୦୮ ଅମ୍ବୁଲାନ୍ସ ସେବାରେ ସାମିଲ ହେବ ଆଉ ୨୩୬ଟି ଗାଡ଼ି, ଏଥିପାଇଁ ୨୫୦ କୋଟି ଟଙ୍କାର ବ୍ୟୟବରାଦ
• ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ଟଙ୍କା
• ୨୦୨୩ରେ ୫୦୦୦ ଡାକ୍ତର ଓ ୯୦୦୦ ନର୍ସଙ୍କୁ ମିଳିବ ନିଯୁକ୍ତି
• ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟୟବରାଦ ୩,୭୨୫ କୋଟି ଟଙ୍କା ଓ କାର୍ଯ୍ୟକ୍ରମର ବ୍ୟୟବରାଦ ୧୨ ହଜାର ୩୧ କୋଟି ଟଙ୍କା
• ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟବରାଦ
• କୃଷି ବଜେଟ ପରେ ସାଧରଣ ବଜେଟ ଉପସ୍ଥାପନ
• ବିଜୁ କୃଷକ ବିକାଶ ଯୋଜନାରେ ଉଠା ଜଳସେଚନ ବ୍ୟବସ୍ଥା ପାଇଁ ୪୦୦ କୋଟି
• ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬୦୦ କୋଟି
• ସବୁ ଜିଲ୍ଲାରେ ମିଲେଟ ମିଶନର ସମ୍ପ୍ରସାରଣ କରିବା ପାଇଁ ଲକ୍ଷ୍ୟ
• ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ
• ଲୁଣା ବନ୍ଧ ସୁଦୃଢୀକରଣ ପାଇଁ ବେଜେଟରେ ୯୬୧ କୋଟି
• ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି ବ୍ୟୟବରାଦ
• ମତ୍ସଚାଷ ପାଇଁ ବ୍ଲୁ ରିଭୋଲ୍ୟୁସନ ଯୋଜନା ପାଇଁ ୧୮୦ କୋଟି
• ଚଳିତ ବର୍ଷ ୧୦ ହଜାର ହେକ୍ଟର ଅତିରିକ୍ତ ଚାଷ ଜମିକୁ ଜଳସେଚନ ଲକ୍ଷ୍ୟ
• ସାର କିଣା ପାଇଁ ସୁଧମୁକ୍ତ ଋଣ ପାଇଁ ୨୦୦ କୋଟି ଟଙ୍କା
• କୃଷି କ୍ଷେତ୍ରରେ ମହିଳା ଏସଏଚଜିଙ୍କ ପ୍ରୋତ୍ସାହନ ପାଇଁ ୩୭୬ କୋଟି ବ୍ୟୟବରାଦ
• କୃଷି ଯନ୍ତ୍ରପାତି ରିହାତି ପାଇଁ ୩୮୮ କୋଟି
• ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପାଇଁ ୮୫୪ କୋଟି
• ପଣସ ମିଶନ ପାଇଁ ୯ କୋଟି ଏବଂ ଛତୁ ଓ ଫୁଲଚାଷ ପାଇଁ ୧୦୦ କୋଟି
• ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ପାଣ୍ଠି
• କୃଷି ପାଇଁ ୧୬୬ କୋଟିରେ ଓୟୁଏଟିରେ ହେବ ସେଣ୍ଟର ଅଫ ଏକ୍ସଲେନ୍ସ
• ଉଦ୍ୟାନ କୃଷି ପାଇଁ ୩୮୧ କୋଟି, କାଳିଆ ଯୋଜନା ପାଇଁ ୧୮୭୯ କୋଟି ବ୍ୟୟବରାଦ
• ଚଳତିବର୍ଷ କୃଷି ପାଇଁ ୨୦ ପ୍ରତିଶତ ଅଧିକ ବ୍ୟୟବରାଦ
• ବିଧାନସଭାରେ ସ୍ଵତନ୍ତ୍ର କୃଷି ବଜେଟ ଉପସ୍ଥାପନ
• କୃଷି କ୍ଷେତ୍ର ପାଇଁ ୨୪ ହଜାର ୮୨୯ କୋଟି ଟଙ୍କା ବ୍ୟୟବରାଦ
• ବଜେଟରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଭିତ୍ତିଭୂମି ବିକାଶ ଓ ରୋଜଗାର ଉପରେ ଫୋକସ
• ୨୦୨୩-୨୪ ମୋଟ ୨ ଲକ୍ଷ ୩୦ ହାଜର କୋଟି ଟଙ୍କାର ଓଡ଼ିଶା ବଜେଟ

Leave A Reply

Your email address will not be published.