ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ଆଶା ଓ ଦିଶା: ଆମ ଓଡ଼ିଶାର କାହାଣୀ ଆମ ସହରର କାହାଣୀ “ବାଳୀ”

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତ ପୁଣି ଚଳଚଞ୍ଚଳ । ଏକ ନିଛକ ଓଡିଆ କାହାଣୀକୁ ନେଇ ସୂର୍ଯ୍ୟ ଏଣ୍ଟରଟ୍ରେଟମେଣ୍ଟ ଫିଲ୍ମ୍ସର ପ୍ରଥମ ଅବଦାନ ‘ବାଳୀ’ ଖୁବଶୀଘ୍ର ମୁକ୍ତିଲାଭ କରିବ । ବାଳୀ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ବାସ୍ତବଜୀବନର କାହାଣୀ, ସହରୀ ଜୀବନର ସଂଘର୍ଷ, ଘାତ, ପ୍ରତିଘାତ ମଧ୍ୟରେ ପ୍ରସ୍ଫୁଟିତ ହୋଇଛି ସହରାଞ୍ଚଳର ଜୀବନ ଜୀବିକା ଭଳି ଆଦି କାହାଣୀର ପରିବେଷ୍ଟନୀରେ ମଧ୍ୟରେ ଅନନ୍ୟ ଆକ୍ସନ, ରୋମାନ୍ସ ଆଦି ଆମେ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବା l ସହରୀ ଜୀବନ କେତେ ଅଲଗା ହେଇପାରେ ତାହା ଏଇ ଚଳଚ୍ଚିତ୍ର ମାଧ୍ୟମରେ ଆମେ ଆପଣଙ୍କୁ ଦେଖାଇବାର ପ୍ରୟାସ କରିଛୁ l

ଆଜିର ଏଇ ଡିଜିଟାଲ ମିଡିଆ ଯୁଗରେ ଆଉ ଲୁଚିକି ରହୁନି ଶୁଟିଂ ସେଟ୍ ର ଫଟୋ। ସେମିତି ଏସବୁ ଫଟୋ ଭାଇରାଲ୍ ହେବା ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସୃଷ୍ଟି କରିଛି ଅପୂର୍ବ ଆନନ୍ଦ l ସତ୍ୟ କାହାଣୀର ଏହି ଚଳଚ୍ଚିତ୍ର ବାଳୀର ମୁଖ୍ୟ ଭୂମିକାରେ ଥିବା ସୂର୍ଯ୍ୟକାନ୍ତ ସାମଲ ଓ ମାମା ସାମଲଙ୍କ ଏକ ନୂତନ ଅବତାରରେ ଯେଉଁ ଚମକ ସୃଷ୍ଟି କରିଛନ୍ତି ତାହା ଚଳଚିତ୍ର ଜଗତକୁ ନୂତନ ଦିଶା ଦେଵ। କେଶ ଓ ଦାଢି ସହ ସୂର୍ଯ୍ୟକାନ୍ତଙ୍କୁ ଏକ ସାଧାରଣ ଅବତାରରେ ଓ ମାମାଙ୍କୁ ଏକ ଅନନ୍ୟ ଅବତାରରେ ଦେଖିବାକୁ ମିଳିଛି। ସୂର୍ଯ୍ୟକାନ୍ତଙ୍କ ଏହି ନୂଆ ଚରିତ୍ର ନିଶ୍ଚତ ଫିଲ୍ମକୁ ସଫଳତା ଦେବ ବୋଲି ସୋସିଆଲ ମିଡିଆରେ ଚର୍ଚା ଚାଲିଛି।

ସୂର୍ଯ୍ୟକାନ୍ତଙ୍କ ପ୍ରଯୋଜିତ ‘ବାଳୀ’ର ନିର୍ଦେଶକ ହେଉଛନ୍ତି କେ. ମୂରଲୀ କ୍ରୀଷ୍ଣା। ସେ କହିଛନ୍ତି, ‘ବାଳୀ’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ସହରରର କାହାଣୀ। ଯେପରି ଏଇ କାହାଣୀର ନା’ କହୁଚି, ଏହି କାହାଣୀ ଆମ ଓଡ଼ିଶାର ସହରୀ ଜୀବନଆଉ ଜୀବିକାର ବାସ୍ତବତା ଉପରେ ଆଧାରିତ। ଗ୍ରାମାଞ୍ଚଳର ଜୀବନ ବଞ୍ଚିବା ଶୈଳୀ ଏବଂ ସହରାଞ୍ଚଳର ଜୀବନ ବଞ୍ଚିବା ଶୈଳୀ କେତେ ଅଲଗା,ସେଇଟା ଆମେ ଏହି ଚଳଚିତ୍ର ମାଧ୍ୟମରେ ଆମେ ଆପଣଙ୍କୁ ଦେଖାଇବାର ପ୍ରୟାସଃ କରିଛୁ।

‘ବାଳୀ’ ରେ ସୂର୍ଯ୍ୟକାନ୍ତ ଓ ମାମାଙ୍କ ଛଡା ଅଶ୍ରୁମୋଚନ ମହାନ୍ତି, ସ୍ମିତା ମହାନ୍ତି, ମନୋଜ ମିଶ୍ର, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ଚିନ୍ତାମଣି ବିଶ୍ଵାଳ, ଶୁଭ୍ରାଂଶୁ ନାୟକ, ବାପି ରାୟ, ଜ୍ଞାନ ଓ ବ୍ଲାକ ରବିଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ। ଭିନ୍ନ ପରିବେଶରେ ରହି ମଧ୍ୟ କିପରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏବଂ ସେହି ପରିସ୍ଥିତି ସମନ୍ନା କିପରି କରୁଛନ୍ତି, ତାହା ‘ବାଳୀ’ କାହାଣୀର ଏକ ମୁଖ୍ୟ ଅଂଶ।

Leave A Reply

Your email address will not be published.