ଏଲିମେଣ୍ଟାରି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତିରେ ବିଳମ୍ବ: ବିଭାଗର କିଛି କର୍ମଚାରୀହିଁ ବାଧକ ସାଜିଥିବା ଅଭିଯୋଗ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ମାଲକାନଗିରି, ୨୪।୨: ମାଲକାନଗିରି ଜିଲ୍ଲା ଏଲିମେଣ୍ଟାରି ଶିକ୍ଷକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ହେଉଥିବା ଅଭିଯୋଗ ନେଇ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଏଲିମେଣ୍ଟାରି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ହେଉଥିବା ବେଳେ କିଛି ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତି ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତିର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଭୁଲ ତଥ୍ୟ ଦେଇ ପ୍ରଲୋଭିତ କରିବା ସହ ଏହି ପ୍ରକ୍ରିୟାକୁ ଅଧିକ ଜଟିଳି କରିବାରେ ଲାଗିଛନ୍ତି । ଓଡିଶା ସରକାରଙ୍କ ନିର୍ଦେଶ ନାମା, ଚିଠି ସଂଖ୍ୟା ଏସ ଆଣ୍ଡ ଏମଇ ନମ୍ବର -୨୪୬୦୧ ତାରିଖ ୧୮/୧୨/୨୧ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ପୋଷ୍ଟ ବେସଡ ରିଜର୍ଭେସନରେ ପ୍ରାର୍ଥୀଙ୍କ ବରିଷ୍ଠତାର କୌଣସି ଗୁରତ୍ଵତା ନାହି । ସେହିପରି ୨୦୧୯ କ୍ୟାଡର ନିୟମରେ ଉଲ୍ଲେଖ ରହିଛି କି ମେରିଟ ଆକାରରରେ ସାଧାରଣ ବର୍ଗରେ ଚାକିରି ପାଇଥିଲେ ହିଁ, ପଦୋନ୍ନତି ବେଳେ ଜଣେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ ସାଧାରଣ ବର୍ଗରେ ରହିବେ । ତେବେ ସାଧାରଣ ବର୍ଗରେ ଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ତାଲିମ ପ୍ରାପ୍ତ ହେବା ଜରୁରୀ ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀ ଅଣ ତାଲିମ ଥାଇ ଅନୁସୂଚିତ ଜାତି ଓ ଜନଜାତି କ୍ଷେତ୍ରରେ ଚାକିରି ପାଇ ବାର ନିୟମ ରହିଛି । କିନ୍ତୁ କିଛି ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀ ଅଣ ତାଲିମ ଥାଇ ମଧ୍ୟ ସାଧାରଣ ବର୍ଗରେ କୌଣସିମତେ ଚାକିରି ପାଇ ପଦୋନ୍ନତିରେ ମଧ୍ୟ ସାଧାରଣ ବର୍ଗରେ ରହିବାକୁ ଦାବି ଉପସ୍ଥାପନ କରୁଛନ୍ତି । ଯାହାକି ସମ୍ପୂର୍ଣ ବେନିୟମ ଅଟେ ଏବଂ ଜିଲ୍ଲାରେ ଚାଲୁ ରହିଥିବା ପଦୋନ୍ନତି ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ ଏମାନେ ଚେଷ୍ଟା କରୁଥିବା ଅନ୍ୟ ସାଧାରଣ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି । ତେବେ ପ୍ରକାଶ ଥାଉକି ଏଥିରେ ବ୍ଲକ ଶିକ୍ଷା ବିଭାଗର କିଛି କର୍ମଚାରୀ ଓ ଅଫିସ ସହିତ ସଂଶ୍ଳିଷ୍ଟ ଥିବା କିଛି ଶିକ୍ଷକ ଏହି ଷଡଯନ୍ତ୍ର ପଛରେ ସାମିଲ ରହି ଆଦିବାସୀ ଜାତି ଓ ଜନଜାତିର ଶିକ୍ଷକଙ୍କୁ ଭୁଲ ତଥ୍ୟ ଦେଇ ଜିଲ୍ଲାର ସାଧାରଣ ବର୍ଗ ଓ ଆଦିବାସୀ ଜାତି ଓ ଜନଜାତି ଶିକ୍ଷକ ମଧ୍ୟରେ ଜାତିଗତ ଭେଦ ଭାବ ସୃଷ୍ଟି କରୁଥିବା ସାଧାରଣ ବର୍ଗର ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ଜେନାଙ୍କୁ ଭେଟି ଏକ ଦାବିପତ୍ର ଦେଇ ଏହାର ତଦନ୍ତ କରି ଜିଲ୍ଲାର ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଥିଲେ ।

Leave A Reply

Your email address will not be published.