ବିଜୁ ଜନତା ଦଳ ତରଫରୁ ବିଶାଳ ଶୋଭାଯାତ୍ରା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

କାଲିମେଳା: କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନିଷ୍ପତି ତଥା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା ହେଉ ଅବା ଚାଷୀଙ୍କ ଧାନ କ୍ରୟ ଓ ଏମଏସପି ଇତ୍ୟାଦି ଗରିବ ବିରୋଧୀ ନୀତି ପାଇଁ କାଲିମେଳା ବ୍ଲକ ବିଜୁ ଜନତା ଦଳ ତରଫରୁ ବିଶାଳ ଶୋଭାଯାତ୍ରା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗୋଷ୍ଠି ଉନ୍ନୟନ ଅଧକାରୀ ଏବଂ ବିଭିନ୍ନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଗଲା । ଏଥିରେ କାଲିମେଳା ବ୍ଲକ ବିଜୁ ଜନତା ଦଳ ବରିଷ୍ଠ ନେତା ଦିଲିପ ବିଶ୍ୱାସ, ତେଲେରାଇ ପଞ୍ଚାୟତ ସଭାପତି ପ୍ରେମାନନ୍ଦ ବାଛାଡ, ମୋଟୁ ବରିଷ୍ଠ ନେତା ବିଶ୍ଵନାଥ ରେଡି, କାଲିମେଳା ଜୋନ ୩ ସଭାପତି ସୁବ୍ରତ ସିଲ, କାଲିମେଳା ସରପଞ୍ଚ ପୃଥିବୀରାଜ ମାଝି, କାଲିମେଳା ଜୋନ ୨ ଜିଲ୍ଲା ପରିଷଦ ମମତା ପଡ଼ିଆମି, ପୂର୍ବତନ ବିଧାୟକ ମାନସ ମାଡକାମି, ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ବାଳ, ଜୋନ ୨ ସଭାପତି କାର୍ତ୍ତିକ ଦେବନାଥ, ବରିଷ୍ଠ ଆଇନଜୀବୀ ଲମ୍ବଧର ତୁର୍କୀ, ଏସ ସି ସେଲ ସଭାପତି ବିକାଶ ମଣ୍ଡଳ, ସାଂସଦ ପ୍ରତିନିଧି ଇ ଭେଙ୍କଟ ରାଓ, କାଲିମେଳା ପଞ୍ଚାୟତ ସଭାପତି ସୁଜୟ ମିସ୍ତ୍ରୀ, ମୋଟୁ ପୂର୍ବତନ ସରପଞ୍ଚ ଦାରି ଲିଙ୍ଗା, ମୋଟୁ ସମିତିସଭ୍ୟ ଶ୍ୟାମପଦ ବିଶ୍ୱାସ , ମୋଟୁ ପଞ୍ଚାୟତ ସଭାପତି ଦାନମ ବାଇ ସହ ବ୍ଲକର ସମସ୍ତ ବିଜୁ କର୍ମକର୍ତ୍ତା ଯୋଗଦାନ କରି ପ୍ରତିବାଦ ଓ ଦାବି ପତ୍ର ପ୍ରଦାନ କରିବାରେ ସାମିଲ ହୋଇଥିଲେ।

Leave A Reply

Your email address will not be published.