ନିର୍ଦ୍ଧାରିତ ବାଇପାସକୁ ବିରୋଧ

କୋଟପାଡ: କରୋନା ସମୟରେ କୋଟପାଡରେ ବାଇପାସର ତିନୋଟି ପ୍ରସ୍ତାବ ମଧ୍ୟରୁ କୋଟପାଡ ସହରକୁ ଲାଗି ପ୍ରଥମ ଜାଗା କୁହୁଡି ଗାଁ ଠାରୁ ପ୍ରସ୍ତାବ ସଭାରେ ଗୃହୀତ ହୋଇଥିଲା କିନ୍ତୁ ସେହି ପ୍ରସ୍ତାବକୁ ବାଦ ଦେଇ ତୃତୀୟ ପ୍ରସ୍ତାବକୁ ଚକ୍ରାନ୍ତ କରି ପଠାଇ ଦିଆଯାଇଥିଲା ଏବଂ ସେହି ସମୟରେ ୨୧ ଦିନ ମଧ୍ୟରେ ଏହାକୁ ବିରୋଧ କରାଯାଇ ସରକାରଙ୍କୁ ପଠାଯାଇଥିଲା କିନ୍ତୁ କାହା ପ୍ରୋରଚନରେ ସରକାର ଜନତା ବିରୋଧୀ ୩ୟ ପ୍ରସ୍ତାବକୁ ଗୃହୀତ ହୋଇଥିଲା ତାହା ସାଧାରଣ ରେ ପ୍ରଶ୍ନବାଚି ହୋଇଛି । ଏହାକୁ ବିରୋଧ କରି ଜାତୀୟ ରାଜପଥ ସଂଘର୍ଷ ସମିତି ସଭାପତି ମଣି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ଵରେ ଏକ ଜରୁରୀ ବୈଠକ ସ୍ଥାନୀୟ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସାଂସଦ ରମେଶ ଚନ୍ଦ୍ର ମାଝି, ବିଧାୟିକା ପଦ୍ମିନୀ ଦିଆନ, ସମ୍ପାଦକ ଗଣେଶ ଚନ୍ଦ୍ର ପଣ୍ଡା,ସାଂସଦ ପ୍ରତିନିଧି ସୁଶାନ୍ତ ବକ୍ସି, ବିଧାୟକ ପ୍ରତିନିଧି ସୁଧୀର ମହାନ୍ତି, ବରିଷ୍ଠ ଓକିଲ ଜିତେନ୍ଦ୍ର ମହାପାତ୍ର, ଶଙ୍କର ପଣ୍ଡା, ମୁକ୍ତେଶ୍ଵର ନାୟକ, ବରିଷ୍ଠ ବିଜେପି ନେତା ସୁନିଲ ଦାସ, ବରିଷ୍ଠ ସମାଜସେବୀ ଗୌର ରଥ, ରଞ୍ଜନ ମୋହୁରିଆ, ନରେନ୍ଦ୍ର ସ୍ୱାଇଁ, ଏମ ଡି ସଲିମ୍ ଓ ସମସ୍ତ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ ବନ୍ଧୁ ଉପସ୍ଥିତ ରହି ଆଜିର ସାମ୍ବାଦିକ ସମ୍ମିଳନୀକୁ ସଫଳ କରାଇଥିଲେ । ପ୍ରଥମେ ସଂଘର୍ଷ ସମିତି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପରବର୍ତ୍ତୀ ପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ ଯଦି ଜନତାଙ୍କ ଏହି ଦାବ କୁ ଗ୍ରହଣ ନକଲେ ଆଗାମୀ ଦିନରେ ବିଭିନ୍ନ ପ୍ରକାର ଅନଶନ, କୋଟପାଡ ବନ୍ଦ ଏବଂ ଆଇନର ଆଶ୍ରୟ ନେବା ପାଇଁ ସ୍ଥିର କରାଯାଇଛି ।

Leave A Reply

Your email address will not be published.