କରୁକୋଣ୍ଡା ଓ ଗୁମ୍ମା ଟିଡିସିସିଓଏଲ ସଂସ୍ଥାର ନିର୍ଦ୍ଦେଶକ ଭାବେ ତ୍ରିଲୋଚନଙ୍କ ବିଜୟ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଓ ଗୁମା ଟିଡିସିସିଓଏଲ ସଂସ୍ଥାର ନିର୍ଦେଶକ ରୂପେ ନିର୍ବାଚିତ ହୋଇଛନ୍ତି ଶ୍ରୀ ତ୍ରିଲୋଚନ ଚୌଦରୀ ଏହି ସଂସ୍ଥାର ରାଜ୍ୟ ସ୍ତରୀୟ ନିର୍ବାଚନ ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ଓ ବିଜେପିକୁ ମାତ ଦେଇ ବିଜେଡି ସମର୍ଥିତ ଶ୍ରୀ ତ୍ରିଲୋଚନ ଚୌଦରୀ ବିଜୟୀ ହୋଇଛନ୍ତି l ରାଜ୍ୟ ଟିଡିସିସିଓଏଲର ପର୍ଯ୍ୟବ୍ୟକ୍ଷକ ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳନା ହୋଇଥିବା ବେଳେ ଏଥିରେ ବିରୋଧୀଙ୍କ ରଣନୀତି ଫେଲ ମାରିଥିଲା l ଆଜିର ଏହି ନିର୍ବାଚନରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ବରିଷ୍ଟ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ତଥା ବିଜେଡି ଲିଗାଲ ଫ୍ରଣ୍ଟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, କୋରୁକୋଣ୍ଡା ବିଧାୟକ ପ୍ରତିନିଧି ସତ୍ୟ ପାଣିଗ୍ରାହୀ, ଯୁବ ନେତା ଉମା ସାହୁ ପ୍ରମୁଖ ନିର୍ବାଚନରେ ଶ୍ରୀ ଚୋୖଦରୀଙ୍କ ସମର୍ଥନରେ ସହଯୋଗ କରିଥିଲେ l ଏହି ପରିପକ୍ଷ୍ୟରେ ଦେଶର ଏକ ନମ୍ବର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ( ବବି ଭାଇ ) ମହୋଦୟଙ୍କୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ ଜଣାଉଛୁ l

Leave A Reply

Your email address will not be published.