ଦୟାନଦୀ’ର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ: କଳିଙ୍ଗ ଯୁଦ୍ଧ ଓ ଇତିହାସର ରହିଛି ବର୍ଣ୍ଣନା

ଭୁବନେଶ୍ୱର, ୨୭।୦୨ : କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପୁସ୍ତକ “ଦୟାନଦୀ’ ର ଆଜି ଦ୍ୱିତୀୟ ସଂସ୍କରଣ ଉନ୍ମୋଚନ ହୋଇଛି । ନୂଆଦିଲ୍ଲୀ ପ୍ରଗତି ମଇଦାନରେ ଆୟୋଜିତ ହୋଇଥିବା ବିଶ୍ୱ ପୁସ୍ତକ ମେଳାରେ ଏହା ଉନ୍ମୋଚିତ ହୋଇଛି ।

ରାଜକମଲ ପ୍ରକାଶନ ପକ୍ଷରୁ ଧର୍ମେନ୍ଦ୍ର ସୁଶାନ୍ତ ଏହି ପୁସ୍ତକ ସମ୍ବନ୍ଧରେ ‘ଦୟାନଦୀ’ର ଲେଖିକା ଗାୟତ୍ରୀବାଳା ପଣ୍ଡାଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି । ଆଲୋଚନାରେ ଲେଖିକା ଗାୟତ୍ରୀବାଳା ପଣ୍ଡା ତାଙ୍କ ପୁସ୍ତକ ସମ୍ବନ୍ଧରେ କହିଛନ୍ତି ଯେ ଏହି ପୁସ୍ତକରେ ଓଡ଼ିଶା ତଥା କଳିଙ୍ଗର ଇତିହାସ ରହିଛି । ମଗଧ ସମ୍ରାଟ ଅଶୋକ ଏବଂ କଳିଙ୍ଗ ମଧ୍ୟରେ ହୋଇଥିବା ଯୁଦ୍ଧ ବିଷୟରେ ସେ ତାଙ୍କ କବିତା ସଂକଳନରେ ସ୍ଥାନ ଦେଇଛନ୍ତି ।

Leave A Reply

Your email address will not be published.