mobile header

ସ୍କୁଲ ବସ୍‌କୁ ପୁଣି ଫାଇନ୍‌, ୨ ଲକ୍ଷ ୩୩ ହଜାର ଟଙ୍କା ଚାଲାଣ କାଟିଲା ଏମ୍‌ଭିଆଇ

ସ୍କୁଲ ବସ୍‌କୁ ପୁଣି ଫାଇନ୍‌ । ଭୁବନେଶ୍ୱର ଡମଣା ଛକ ନିକଟରେ ଚେକିଂ ବେଳେ ୨ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ କଟାଯାଇଛି । ଏହାସହିତ ବସ୍‌କୁ ସିଜ୍‌ କରିଛି ଏମ୍‌ଭିଆଇ ।

ଖବର ଅନୁଯାୟୀ, ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍କୁଲ ବସ୍‌ ଗୁଡ଼ିକର ଯାଞ୍ଚ ହେଉଛି । ବୁଧବାର ଦିନ କୋରାପୁଟର ଏକ ସ୍କୁଲବସଠାରୁ ୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ୨୦୧୮ ଅପ୍ରିଲ ମାସ ଠାରୁ ବସ୍‌ର ଟ୍ୟାକ୍ସ ସହ ଫିଟନେସ ଓ ପରମିଟ ନଥିବାରୁ ଜରିମାନା ହୋଇଥିବା ଜଣାପଡ଼ିଛି । ଆଉ ଏବେ ଭୁବନେଶ୍ୱର ଡମାଣ ଛକରେ ଏକ ବସ୍‌ ସିଜ୍‌ କରିଛି ଏମ୍‌ଭିଆଇ । ଏହାସହିତ ବସ୍‌ରେ ବସ୍‌ରେ ଫିଟ୍‌ନେସ, ପଲ୍ୟୁସନ, ଟ୍ୟାକ୍ସ, ଇନସୁରାନ୍ସ ନଥିବାରୁ ଚାଲାଣ କଟାଯାଇଛି । ସ୍କୁଲ ବସକୁ ୨ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ କାଟିଛି ଏମ୍‌ଭିଆଇ ।

Leave A Reply

Your email address will not be published.