mobile header

ଚୋରି ଅଭିଯୋଗରେ ୪ ଗିରଫ

କାଲିମେଳା, ତା ୨୦/୪: କାଲିମେଳା ଥାନା ଅନ୍ତର୍ଗତ କାଲିମେଳା ପୂରୁଣା ମେଡ଼ିକାଲ କୋଲନୀ ର ରୀନା ଭୂୟାଁ ଘରୁ ମୋବାଇଲ ଓ ମେକାପ ବକ୍ସ ଚୋରି ହୋଇଥିଲା । ଏନେଇ କାଲିମେଳା ଥାନା ରେ ଅଭିଯୋଗ କରାଯାଇଥିଲେ । ଅଭିଯୋଗ ପ୍ରକାରେ କାଲିମେଳା ପୁଲିସ ୪ଜଣ ଚୋରକୁ ଗିରଫ କରିଛି  । ଚୋରି ମୋବାଇଲ କୋରାପୁଟ ରେ ବିକ୍ରୀ କରାଯାଇଥିଲା । ପୁଲିସ ଟ୍ରାକ କରି ଚୋରି ମୋବାଇଲ ର ସନ୍ଧାନ କରିଥିଲା । ନବରଙ୍ଗପୁର ଅଞ୍ଚଳର କେତେକ ପରିବାର    ଆସି କାଲିମେଳା ହାଟ ପଦାରେ ବସା ବାନ୍ଧିଛନ୍ତି ।  ସର୍ବସାଧାରଣ ସ୍ଥାନରେ ବିଭିନ୍ନ ଖେଳ ଦେଖାଇବା,ଘର ଘର ବୁଲି ଭିକ୍ଷା କରିବା ଏମାନଙ୍କ କାମ ବୋଲି ଜଣାପଡିଛି । ତେବେ ସେମାନଙ୍କ ମଧ୍ୟରୁ ୪ ଜଣ ଚୋରି ଅଭିଯୋଗ ରେ ଗିରଫ ହୋଇଛନ୍ତି । ସେମାନେ ହେଲେ ମମତା ଗୈଡ(୨୦),ଶିବ ଗୈଡ(୨୦), ମହମ୍ମଦ ଇମରାନ (୨୪) ଏବଂ ଆଲିସା ବେଗମ(୨୧) ବୋଲି ଜଣାପଡିଛି । କେସ ନଂ ୧୦୦/୨୨ ପ୍ରକାରେ ମାମଲା ରୁଜୁ କରାଯାଇଥିବା ବେଳେ ଏଏସ ଆଇ ପ୍ରମୋଦ ମହାନ୍ତି ଏହାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.