mobile header

ଥଣ୍ଡା ପାଣି କୁ ଏପରି ପିଉଛନ୍ତି କି ? ତେବେ ସାବଧାନ…

ଥଣ୍ଡା ପାଣି ପିଇବା ମାତ୍ରେ ସଙ୍ଗେ ସଙ୍ଗେ ଶାନ୍ତି ଅନୁଭବ ହୋଇଥିଲେ ମଧ୍ୟ, ମାତ୍ର ଏହାଦ୍ୱାରା ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ।
ଅଧିକ ଥଣ୍ଡାପାଣି ପିଇବା ଦ୍ୱାରା ଶରୀରରେ ଚର୍ବି ଜମାଟ ବାନ୍ଧି ରହିବା ସହ ଓଜନ ହ୍ରାସ ହେବାରେ ବାଧା ସୃଷ୍ଟି ହୋଇଥାଏ।

ଶରୀରର ଅଧିକ କାମ କରିବାର କ୍ଷମତା ହ୍ରାସ ପାଇଥାଏ।
ଥଣ୍ଡା ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ।

ଥଣ୍ଡାପାଣି ପିଇବା ଦ୍ୱାରା ହଜମ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ। ଖାଦ୍ୟ ହଜମ କରିବାରେ ସମସ୍ୟା ହୋଇଥାଏ।ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଅଭାବର ସମସ୍ୟା ମଧ୍ୟ ଦେଖା ଦେଇଥାଏ।

ଏହି ପାଣି ପିଇବା ଦ୍ୱାରା ଗଳାରେ ସଂକ୍ରମଣ ସୃଷ୍ଟି ହୋଇଥାଏ। ଫଳରେ କାଶ ଓ ଅନ୍ୟାନ୍ୟ ଗଳା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଥଣ୍ଡା ପାଣି ପିଇବା ଦ୍ୱାରା ମସ୍ତିଷ୍କ ଶିରା ଉପରେ କୁପ୍ରଭାବ ପଡିଥାଏ। ଫଳରେ ମୁଣ୍ଡ ବିନ୍ଧା ହୋଇଥାଏ। ଏହାସହ ଥଣ୍ଡା ପାଣି ପିଇବା ସମୟରେ ସର୍ବଦା ସିଧାସଳଖ ଭାବେ ନ ପିଇ ସାଧା ପାଣି ମିଶାଇ ପିଅନ୍ତୁ।

Leave A Reply

Your email address will not be published.