mobile header

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ନୂଆମୋଡ଼ । ପୁଅର ଆତ୍ମହତ୍ୟାକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗରେ ଥାନାରେ ଏତଲା ଦେଲେ ବାପା ବେଲାର୍ସନ ସାହୁ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । କାରଣ ପୁଅର ଆତ୍ମହତ୍ୟାକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ମୃତ ଲଳିତଙ୍କ ବାପା । ଏପରିକି ବିଜେପି ନେତା ଟଙ୍କଧର ତ୍ରିପାଠୀ, ତ୍ରିନାଥ ଗୁଆଲ, ଅଞ୍ଜଳି ବେହେରା ଏବଂ ଅନ୍ୟ ବିଜେପି ନେତାମାନେ ତାଙ୍କୁ ଗଭୀର ମାନସିକ ଚାପ ଦେଉଥିବା ଅଭିଯୋଗ କରି ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ମାନସିକ ଚାପ ଫଳରେ ପରିବାରର କେହି ସଦସ୍ୟ ଆତ୍ମହତ୍ୟା କଲେ ଏହି ନେତାମାନେ ଦାୟୀ ରହିବେ ବୋଲି ଏତଲାରେ ଦର୍ଶାଇଛନ୍ତି ମୃତ ଲଳିତଙ୍କ ବାପା ବେଲାର୍ସେନ ସାହୁ । ପୁଅ କୌଣସି କର୍ମ ସଂସ୍ଥାନ ପାଉନଥିବାବେଳେ ସୌଭାଗ୍ୟରୁ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ ନିଯୁକ୍ତି ପାଇଥିଲେ । କିନ୍ତୁ ଅବାଟରେ ଯାଇ ମାନସିକ ଚାପରେ ରହୁଥିଲେ ଓ ଶେଷରେ ଆତ୍ମହତ୍ୟା କରିଦେଲେ ବୋଲି ଏତଲାରେ ଲେଖାଯାଇଛି । ତେଣୁ ଏକ ଆତ୍ମହତ୍ୟାକୁ ବିଜେପି ନେତାମାନେ ବାରମ୍ବାର ଆତ୍ମହତ୍ୟା ନୁହେଁ ବୋଲି ପ୍ରଚାର କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଝାରସୁଗୁଡା ଟାଉନଥାନାରେ ଲିଖିତ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ବେଲାର୍ସେନ ସାହୁ । ଏଭଳି ସ୍ୱାର୍ଥ ସର୍ବସ୍ୱ ନେତାଙ୍କଠାରୁ ସୁରକ୍ଷା ଯୋଗାଇ ଦେବାପାଇଁ ମଧ୍ୟ ଚିଠିରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.