ଆଦିବାସୀ ସଂପ୍ରଦାୟର ନିଆରା ପର୍ବ: ଦିଶମ ଜାହେରା ବାହାବଙ୍ଗା

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ସାନଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ସୁରୁକୁନା ଗ୍ରାମର ଶାଳ ଜଙ୍ଗଲରେ ଆଦିବାସୀ ସଂପ୍ରଦାୟର ଦିଶମ ଜାହେରା ବାହାବଙ୍ଗା ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସଂପ୍ରଦାୟର ଏହି ପାରମ୍ପରିକ ପର୍ବ ବା ପୂଜାର ପାଳନ ଅବସରେ ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । ପ୍ରଥା ଅନୁଯାୟୀ ଶାଳ ଜଙ୍ଗଲରେ ଥିବା ସାନ୍ତାଳ ସଂପ୍ରଦାୟର ପୂଜା ସ୍ଥଳି ବା ଜାହିରା ପୀଠରେରେ ଏହି ବାହାବଙ୍ଗା ପର୍ବ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇ ଆସିଥାଏ । ପ୍ରକୃତିର ଉପାସକ ଭାବେ ପରିଚିତ ଥିବା ସଂପୃକ୍ତ ସଂପ୍ରଦାୟର ଲୋକେ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରି ଚଳିଥାଆନ୍ତି । ଏବଂ ଜଙ୍ଗଲରୁ ଶାଳ ପତ୍ର, ମହୁଲ ଫୁଲ, ପତ୍ର ଓ ଜଙ୍ଗଲ ଜାତ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରି ତାଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତା ବା ଗୁଜରାଣ ମେଣ୍ଟାଇଥାଆନ୍ତି । ପ୍ରକୃତି ସହ ଅତପ୍ରୋତ ଭାବେ ଯୋଡ଼ିତ ଥିବାରୁ ଏହି ପୂଜା ମାଧ୍ୟମରେ ପ୍ରକୃତି ଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ହିଁ ମୁଖ୍ୟ ଉଦେଶ୍ଵ ବୋଲି ପୂଜକ ଦୁର୍ଗା ମାରଣ୍ଡି ପ୍ରକାଶ କରିଛନ୍ତି । ତେବେ ଏହି ସମସ୍ତ ଦ୍ରବ୍ୟ ସଂଗ୍ରହ କରିବାକୁ ଜଙ୍ଗଲକୁ ଯିବା ପୁର୍ବରୁ , ପ୍ରାରମ୍ପରୀକ ପ୍ରଥା ଅନୁଯାଇ ଜାହିରାଶାଳରେ ନିଜର ଇଷ୍ଟ ଦେବାଦେବୀଙ୍କ ନିକଟରେ ପ୍ରଥମେ ସମର୍ପଣ କରିବା ସହ ଶାଳଗଛର ପୂଜା କରିବା ପରମ୍ପରା ରହି ଆସିଛି । ଏହା ସହ ଏହି ପୂଜା ମାଧ୍ୟମରେ ସମଗ୍ର ମାନବ ଜାତିର କଲ୍ୟାଣ, କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କାମନା କରି ଜଙ୍ଗଲ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୀଠ ସ୍ଥଳରେ କୁକୁଡ଼ା, ଛେଳି ଆଦିର ବଳି ଦିଆଯାଏ । ଯାହାଦ୍ଵାରା ଜଙ୍ଗଲରେ କୌଣସି ଅଘଟଣ ହେବାର ଆଶଙ୍କା ନଥାଏ, ଏବଂ ପ୍ରକୃତି ଦେବୀ ସଂନ୍ତୁଷ୍ଟ ହେଲେ ଚାଷ ପାଇଁ ପାଣିର ଅଭାବ ରହି ନ ଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି । ତେଣୁ ଏହିପୂଜା ସଂପୃକ୍ତ ସଂପ୍ରଦାୟ ପାଇଁ ବେଶ୍ ଗୁରୁତ୍ଵ ବହନ କରି ଆସିଥାଏ ।

ଉତ୍ସବର ଆରମ୍ଭରେ ଜାହିରା ଶାଳର ପୂଜକଙ୍କୁ ପାରମ୍ପରିକ ରିତିନୀତିରେ ଧୁମସା ମାଦଳ ବଜାଇ ନାଚଗୀତ ମାଧ୍ୟମରେ ପୂଜା ସ୍ଥଳୀକୁ ନିମନ୍ତ୍ରଣ କରି ଅଣାଯାଇଥାଏ । ଏବଂ ରୀତିନୀତି ଅନୁଯାୟୀ ପୂଜାବିଧି ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ପୂଜକଙ୍କ ନିକଟରୁ ପୂଜାରେ ଲଗାଯାଇଥିବା ଶାଳଗଛର ନୂତନ ଫୁଲ ଗ୍ରହଣ କରିବା ପରେ ମହିଳାମାନେ ଏହାକୁ ଖୋସାରେ ଏବଂ ପୁରୁଷମାନେ କାନରେ ପରସ୍ପରକୁ ଫୁଲ ଲଗାଇ ନାଚ ଗୀତରେ ମସଗୁଲ ହୋଇପର୍ବର ଆନନ୍ଦ ଉଠାଇ ଥିବା ଦେଖିବାକୁ ମିଳିଥିଲା । ଅନୁରୁପ ଭାବେ ଖୁଣ୍ଟା ବ୍ଳକ ଅଧିନ ଡୁକୁରା ଶାଳଜଙ୍ଗଲଠାରେ ଏହି ପର୍ବ ପାଳିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

Leave A Reply

Your email address will not be published.