ଚିତ୍ରକୋଣ୍ଡାରେ ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଡିଏ ଗୋଟି ଗୋଷ୍ଠୀ ମହିଳାଙ୍କୁ ସବସିଡିରେ କୃଷି ଯନ୍ତ୍ରପାତି ପ୍ରଦାନ

ଚିତ୍ରକୋଣ୍ଡା, ୨୮/୦୩/୨୦୨୩: ମାଲକାନଗିରି ଜିଲ୍ଲା କୃଷି ବିଭାଗ ଏବଂ ଉଦ୍ୟାନ କୃଷି ବିଭାଗ ମିଳିତ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବଡ଼ଫାର୍ମ ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସାତଗୋଟି ପଞ୍ଚାୟତର କୋଡିଏ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶାରୁ ପୃଷ୍ଟିହୀନତା ଦୂର କରିବାକୁ ପ୍ରତେକ ପରିବାରକୁ ବିଭିନ୍ନ ଫଳ ମୂଳ ଗଛ ଦିଆଯିବା ସହ ପ୍ରତି ଘରେ ଘରେ ମାଣ୍ଡିଆରୁ ତିଆରି ବିଭିନ୍ନ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆ ଯାଇ କୃଷି ଏବଂ ଉଦ୍ୟାନ କୃଷି ବିଭାଗ ତରଫରୁ ପ୍ରୟାସ ଜାରି ରହିଛି । ଇତି ଅବସରରେ କୃଷି ବିଭାଗ ତରଫରୁ କୋଡିଏ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମିନି ପାୱାରଟିଲର ପ୍ରଦାନ କରାଯାଇ ଯାହାକି କୃଷି ବିଭାଗ ତରଫରୁ କୃଷି ଯନ୍ତ୍ରପାତି ୭୫ ଶତକତା ସବସିଡିରେ ପ୍ରଦାନ କରାଯାଇଛି ଏଥି ସହ ମାଣ୍ଡିଆରେ ଚାଷ ଓ ଖାଦ୍ୟକୁ ଗୁରୁତ୍ୱରୋପ କରାଯାଇଥିବା ବେଳେ ଉଦ୍ୟାନ କୃଷି ତରଫରୁ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଏକ ବକ୍ସ କିଟରେ ସାତ ପ୍ରକାର ଫଳ ଓ ପନିପରିବା ଗଛ ପ୍ରଦାନ କରାଯାଇଥିଲା ଯଥା ଲେମ୍ବୁ, ମୁନିଙ୍ଗା, କଦଳୀ, ଅମୃତ ଭଣ୍ଡା ସହ ଅନ୍ୟାନ୍ୟ ଗଛ ପ୍ରଦାନ କରାଯାଇଥିଲା । ପୃଷ୍ଟିହୀନତା ରୋକିବାକୁ ପ୍ରତି ଘର ଚାରି ପାଖରେ ଆବଶ୍ୟକୀୟ ଫଳ ଓ ପନିପରିବା ଖାଇବାକୁ ପାଇଲେ ଗୋଟିଏ ଶିଶୁ, କିଶୋରୀ ବାଳିକା କି ଗର୍ଭବତୀ ମହିଳା ପୃଷ୍ଟିହୀନତା ଶିକାର ହେବ ନାହିଁ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର କୃଷି ଓ ସଶକ୍ତିକରଣ ପରାମର୍ଶଦାତା ରାମଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ମାଲକାନଗିରି ଜିଲା ମୁଖ୍ୟ କୃଷି ଅଧିକାରୀ ନନ୍ଦାଗିରି ହୟଗ୍ରୀବ ଓ ଉଦ୍ୟାନ କୃଷି ଉପନିର୍ଦେଶକ ମହେନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ବ୍ଲକ କୃଷି ଅଧିକାରୀ ପରମେଶ୍ୱର ଜେନା ପରିଚାଳନା କରିଥିଲେ । ଉକ୍ତ ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୋବନ୍ଦପାଲି ଏଡିଓ ସନ୍ଦୀପ କୁମାର ସାହୁ, ମାଲକାନଗିରି ଏଏଇ ସନ୍ଦୀପ କୁମାର ସରକାର, ଉଦ୍ୟାନ କୃଷିର ଚିତ୍ରକୋଣ୍ଡା ସହ ଉପନିର୍ଦେଶକ ନମିତା ମାଢ଼ି, ୱାସନ ଅନୁଷ୍ଠାନର ଡିପିଏମ ସୌମ୍ୟ ରଞ୍ଜନ ମାଝୀ, ପିଏଏମ ଅଭିଷେକ ମହାନ୍ତି, ପ୍ରକଳ୍ପ ଯନ୍ତ୍ରୀ ପ୍ରତିଦେନ୍ଦୁ ପ୍ରୀତିଭୂଷଣ ଓ ଚିତ୍ରକୋଣ୍ଡା ପିଏ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ସାମଲ ଅତିଥି ଭାବେ ଯୋଗ ଦେଇ ସହଯୋଗ କରିଥିଲେ ।

Leave A Reply

Your email address will not be published.