mobile header

କେନ୍ଦୁଝରରେ ଫାଇଭ ଟି’ ସଚିବ ଏବଂ ମୁଖ୍ୟ ଶାସନ ସଚିବ : କାନପୁରର ବୃହତ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ପ୍ରକଳ୍ପର ମନ୍ଥର କାମକୁ ନେଇ କଲେ ସମୀକ୍ଷା

କେନ୍ଦୁଝର ଗସ୍ତରେ ଫାଇଭ ଟି’ ସଚିବ ଭି.କେ ପାଣ୍ଡିଆନ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପ୍ରଥମେ ଚମ୍ପୁଆ ବ୍ଲକର ଚିମିଳା ନିକଟସ୍ଥ ହେଲିପ୍ୟାଡ଼ରେ ପହଂଚିବା ପରେ ବାସୁଦେବପୁର ନିକଟରେ ଥିବା କାନପୁରର ବୃହତ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ପ୍ରକଳ୍ପର ମନ୍ଥର କାମକୁ ନେଇ ସମୀକ୍ଷା କରିଛନ୍ତି ପାଣ୍ଡିଆନ୍ ।

ଦୀର୍ଘଦିନ ଧରି ପ୍ରକଳ୍ପ ବନ୍ଦ ହୋଇପଡ଼ିଥିବା ବେଳେ ଏହାର କାର୍ଯ୍ୟ କିଭଳି ତୁରନ୍ତ ତ୍ୱରାନ୍ୱିତ ହେବ ସେନେଇ ସମୀକ୍ଷା କରିଛନ୍ତି ପାଣ୍ଡିଆନ୍ । ଏହାପରେ ବାସୁଦେବପୁର କନ୍ୟାଶ୍ରମରେ ପହଂଚି ଫାଇଭ ଟି’ ଅଧିନରେ ଥିବା ରୂପାନ୍ତରିକରଣ କାର୍ଯ୍ୟର ତଦାରଖ ରିଥିଲେ ।

ଏହି ଅବସରରେ ଛାତ୍ରୀମାନଙ୍କ ସହ ଖେଳିବା ସହ ମଧ୍ୟାହ୍ଣ ଭୋଜନ କରିଥିଲେ ଫାଇଭ ଟି’ ସଚିବ । ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଚମ୍ପୁଆ ଉପଜିଳ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.