କଟକ, (ନୃସିଂହ ଚରଣ ଦାସ): ମାହାଙ୍ଗା ବ୍ଲକର ଗୋତରାରେ ୫ ଦିବସୀୟ ନିଃଶୁଳ୍କ ଯୋଗ ବିଜ୍ଞାନ ଶିବିର ଅନୁଷ୍ଠିତ । ଏହି ଶିବିରଟିକୁ ପତଞ୍ଜଳି କିଶାନ୍ ସେବା ସଙ୍ଗଠନର ରାଜ୍ୟ ପ୍ରଭାରୀ ସ୍ଵୟଂ ପ୍ରକାଶ ଦ୍ୟୋତକ ରଞ୍ଜନ ମହାପାତ୍ର ଉଦଘାଟନ କରିଥିଲେ । ଯୋଗ ଦ୍ଵାରା କିଭଳି ଅସାଧ୍ୟ ରୋଗରୁ ମୁକ୍ତି ମିଳିପାରିବ, ସୁସ୍ଥ ଓ ପୁରୁଷାର୍ଥତାର ସହ ବଞ୍ଚି ପାରିବା, ସ୍ବଦେଶୀ ଦ୍ରବ୍ୟ ବ୍ୟବହାର ସହ ଗୋଆଧାରରେ କିପରି ଜୈବିକ ଖତ ବ୍ୟବହାର କରିପାରିବା ସେ ବିଷୟରେ ଆଲୋଚନା କରିଥିଲେ । ଉଦଯାପନ ଶିବିରରେ ସମ୍ମାନୀତ ଏତିଥି ଭାବେ ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମା, ଶିଶିର ଜେନା, ନିମାଇଁ ଚରଣ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଶିବିରରେ ଆଖପାଖ ଅଞଚଳରୁ ଶତାଧିକ ଶିବିରାର୍ଥୀ ଯୋଗ ଶିକ୍ଷା କରିଥିଲେ । ମୃତ୍ୟୁଞ୍ଜୟ ନାୟକ, ପ୍ରତାପ ପ୍ରଧାନ, ପ୍ରଦ୍ୟୁମ୍ନ ବାରିକ, ଶ୍ରୀକାନ୍ତ ବେହେରା, ସନ୍ତୋଷ ମଲ୍ଲ, ଗୌରାଙ୍ଗ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.