ଔରଙ୍ଗଜେବ ତୋପରେ ଉଡ଼ାଇ ଦେଇଥିବା ଏହି ମନ୍ଦିର ଆକୃତି‌ର ଦେଖାଯାଉଛି ନୂତନ ସଂସଦ ଭବନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୮ ରବିବାର ନୂତନ ସଂସଦ ଭବନ ଉଦ୍‌ଘାଟନ କରିବେ। ତେବେ ନୂତନ ସଂସଦ ଭବନକୁ ନେଇ ଚର୍ଚ୍ଚାର ଜୋର ଧରିଛି। ଏହି କ୍ରମରେ ଏକ ଖବର ଆସିଛି କି ଔରଙ୍ଗଜେବ ଯେଉଁ ମନ୍ଦିରକୁ ତୋପରେ ଉଡ଼ାଇ ଦେଇଥି‌ଲେ ସେହି ପ୍ରଚୀନ ମନ୍ଦିର ଆକୃତିର ନୂଆ ସଂସଦ ଭବନ ଦେଖା ଦେଉଛି।

ଏହି ପ୍ରଚୀନ ମନ୍ଦିରଟି ‌‌ହେଉଛି ବିଦିଶାର ବିଜା ମଣ୍ଡଳ ଅର୍ଥାତ ବିଜୟ ମନ୍ଦିର। ଏହି ମନ୍ଦିରଟି ତ୍ରିଭୂଜାକାର ଓ ବିଶାଳ କ୍ଷେତ୍ରରେ ନିର୍ମିତ ହୋଇଥିଲା।  ମନ୍ଦିର ଉଚ୍ଚତା ୧୦୦ମିଟର ପାଖାପାଖି ରହିଛି। ତେବେ ଏହି ମନ୍ଦିରର ଉପର ପରିସରକୁ ଦେଖିଲେ ଏହା ଦିଲ୍ଲୀରେ ନିର୍ମିତ ହୋଇଥିବା ନୂତନ ସଂସଦ ଭବନ ପରି ଦେଖା ଯାଉଛି ବୋଲି ଲୋ‌କେ କହୁଛନ୍ତି। ତେବେ ଏହି ମନ୍ଦିରକୁ ପରମାର ରାଜା ତିଆରି କରିଥିବା ବେଳେ ଔରଙ୍ଗଜେବ ଏହାକୁ ୧୬୮୨ ମସିହାରେ ତୋପ ଦ୍ବାରା ଧ୍ବଂସ କରି ଦେଇଥିଲେ।

ଏହି ମନ୍ଦିର ଏବେ କେନ୍ଦ୍ର ସରକାରଙ୍କ ଭାରତୀୟ ପୁରାତତ୍ତ୍ବ ବିଭାଗ ହାତରେ ରହିଛି। ନିକଟରେ ଏହି ମନ୍ଦିରର କିଛି ଅଂଶକୁ ସଜଡ଼ା ଯାଇଥିବା ବେଳେ ସଫାସୁତୁରା ବି କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ନୂତନ ସଂସଦ ଭବନକୁ  ଅହମଦାବାଦର ଏଚ୍‌ସିପି ଏହାର ଡିଜାଇନ କରିଥିବା ବେଳେ ଆର୍କିଟେକ୍ଟ ବିମଳ ପଟେଲ ଏହାର ପ୍ଲାନିଂ ଓ ମ୍ୟାନେଜମେଣ୍ଟ କରିଥିଲେ। ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ଦ୍ବାରା ବର୍ତ୍ତମାନର ସଂସଦ ଭବନ ପାର୍ଶ୍ବରେ ଏହାର ନିର୍ମାଣ କରାଯାଇଛି।

ପୁରାତନ ସଂସଦ ଭବନରେ ଲୋକସଭାରେ ୫୪୩ ଓ ରାଜ୍ୟସଭାରେ ୨୫୦ ଲୋକ ବସିବାର କ୍ଷମତା ଥିବା ବେଳେ ନୂତନ ଭବନରେ ଯଥାକ୍ରମେ ୮୮୮ ଓ ୩୦୦ ସାଂସଦ ବସିବାର କ୍ଷମତା ରହିଛି।

Leave A Reply

Your email address will not be published.