ଯୁକ୍ତ ୨ ମେଧାବୀଙ୍କୁ ସମ୍ବର୍ଦ୍ଧିତ କଲା ପ୍ରମେୟ ଓ ନ୍ୟୁଜ୍ ୭, ଯୋଗ ଦେଲେ ଅଗ୍ନିଶମ ଡିଜି ଏବଂ ବୈଷୟିକ ମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶା ଉଚ୍ଚ ମାଧ୍ୟମିକ ପରିଷଦର ଯୁକ୍ତ ଦୁଇ ମେଧାବୀଙ୍କୁ ସମ୍ବର୍ଦ୍ଧିତ କଲା ପ୍ରମେୟ ଓ ନ୍ୟୁଜ୍ ୭। ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରମେୟ ଓ ନ୍ୟୁଜ୍ ୭ ପରିବାର । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେ଼ଇ ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ପିଲାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ଏହି ଛାତ୍ର ଛାତ୍ରୀ ମାନେ ନିଜର କ୍ୟାରିୟର ଗଢିବେ। ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ପ୍ରମେୟ ଓ ନ୍ୟୁଜ୍ ୭ ଶୁଭକାମନା ଜଣାଇଛି । ଛାତ୍ର ଛାତ୍ରୀ ସବୁ ବେଳେ ନିଜର ଅହଂକୁ ଦୂରରେ ରଖି କର୍ତ୍ତବ୍ୟ ପଥରେ ଆଗକୁ ବଢିବାର ବାର୍ତ୍ତା ଦେଇଛନ୍ତି ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ। ଏହି ସମ୍ବର୍ଧନା ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ସେ ପିଲାଙ୍କୁ ପ୍ରେରଣା ଯୋଗାଇଛନ୍ତି । ଏହି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଶକ୍ତି ଆଉ ସାହାସ ରହିଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ପିଲା ମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିଛନ୍ତି । ଏହି ସମ୍ବର୍ଦ୍ଧିନା କାର୍ଯ୍ୟକ୍ରମ ପିଲାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରମେୟ ଓ ନ୍ୟୁଜ୍ ୭ର ସିଇଓ ସୁନୀଲ ଦାସ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଟପ୍ ୧୨୧ ଜଣ ଛାତ୍ରଛାତ୍ରୀଙ୍କୁ ଏଥି ସମ୍ବର୍ଦ୍ଧିତ କରାଯାଇଛି। ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଭଲ ପ୍ରଦର୍ଶନ କରିଥିବା ପିଲାମାନେ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମେଡାଲ, ଓ ମାନପତ୍ର ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ସୋଆ ବିଶ୍ଵବିଦ୍ୟାଳୟରେ କରାଯାଇଛି। ତେବେ ଏଠାରେ ସମ୍ବର୍ଦ୍ଧିତ ହୋଇ ପିଲା ମାନେ ମଧ୍ୟ ପ୍ରଫୁଲିତ ଅନୁଭବ କରିଛନ୍ତି । ଆଗାମୀ ଦିନରେ ଏହା ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବ ବୋଲି ସମ୍ବର୍ଦ୍ଧିତ ଛାତ୍ର ଛାତ୍ରୀ କହିଛନ୍ତି ।

ପୂର୍ବରୁ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରମେୟ ଓ ନ୍ୟୁଜ୍ ୭ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ପ୍ରମେୟ ନ୍ୟୁଜ୍ ୭ର ସିଇଓ ସୁନିଲ ଦାସ, ଗ୍ରୁପ ଏଡ଼ିଟର ଗୋପାଳ କୃଷ୍ଣ ମହାପାତ୍ର, ନ୍ୟୁଜ୍ ୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ସେଲ୍ସ ଏବଂ ମାର୍କେଟିଂ ନିର୍ଦ୍ଦେଶକ ହିମାଂଶୁ ହୋତା ଯୋଗ ଦେଇଥିଲେ । ଏଥି ସହ ଇଂଲିଶ ଓ ଓଡ଼ିଆ ଡିଜିଟାଲ ମୁଖ୍ୟଙ୍କ ସହ ପ୍ରମେୟ ଓ ନ୍ୟୁଜ୍ ୭ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.