mobile header

ମଝି ନଦୀରେ ଓଲଟି ପଡ଼ିଲା ଡଙ୍ଗା, ବୁଡ଼ିଯାଇ ୨ ନିଖୋଜ

ଚିତ୍ରକୋଣ୍ଡା, ୨୫/୦୪: ଡଙ୍ଗା ବୁଡି ୨ ନିଖୋଜ । ନିଖୋଜ ୨ଜଣ ହେଲେ ଜଗନ୍ନାଥ ପଲାସି ( ୧୬ ) ଓ ପିତମ୍ ମୁଦୁଲି । ନରୀଙ୍ଗଝୋଲା ସାପ୍ତାହିକ ହାଟରୁ ଫେରିବା ସମୟରେ ଘଟିଛି ଏପରି ଘଟଣା। ଡଙ୍ଗାରେ ୩ ଜଣ ଓରାପଦର ଫେରିବା ସମୟରେ ମଝି ନଈରେ ପବନ ଜୋରରେ ହେବାରୁ ମୋଟର ଚାଳିତ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପହଁରି ପହରି କୂଳରେ ପହଞ୍ଚି ଥିବା ବେଳେ, ଅନ୍ୟ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଓ ଦମକଳ ବାହିନୀ ପହଞ୍ଚି ନିଖୋଜ ୨ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖଛନ୍ତି ।

Leave A Reply

Your email address will not be published.