ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ତିନି ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ସାରା ଜିଲ୍ଲା ଜଳବନ୍ଦୀ ହୋଇ ରହିଥିଲା ଏହା ଫଳରେ ୧୧୩ ଜଣ ଛାତ୍ରଛାତ୍ରୀ +୩ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଲଗାଣ ବର୍ଷାରେ ଜିଲ୍ଲାରେ ଥିବା ସମସ୍ତ ନଦୀ, ନାଳର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପୋଟେରୁ ବ୍ରିଜ, କାଙ୍ଗୁରୁକଣ୍ଡା ପୋଲ, ଏମ.ଭି.୯୦ରେ ଥିବା ପୋଲ, ଏମ.ଭି.୩୭ରେ ଥିବା ପୋଲ ଉପରେ ୩ ଫୁଟ ପାଣି ହୋଇଯିବା ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଥିଲା । ମାଲକାନଗିରିରୁ ପୋଟରୁ, କାଲିମେଳା, ପଡିଆ, ମାଥିଲି, ବାଲିମେଳା, ଚିତ୍ରକୋଣ୍ଡା ରାସ୍ତା ସମ୍ପୂର୍ଣ ବନ୍ଦ ରହିଥିଲା। ତେଣୁ ଛାତ୍ରଛାତ୍ରୀ ମାନେ +୩ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାରୁ ବଞ୍ଚିତ ରହିଥିଲେ। ସୂଚନା ମୁତାବକ ଏମ.ଭି/ ୭୯ ଡକ୍ଟର ଶ୍ୟାମ ପ୍ରସାଦ ମହାବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ, ମାଲକାନଗିରି ମହାବିଦ୍ୟାଳୟର ୨୭ ଜଣ ଛାତ୍ରଛାତ୍ରୀ, କାଲିମେଳା ଗୋପବନ୍ଧୁ ଦାସ ମହାବିଦ୍ୟାଳୟର ୩୫ ଜଣ, ବାଲିମେଳା ବିଜୁ ପଟ୍ଟନାୟକ କଲେଜର ୩୨ ଜଣ, କୁଡୁ ମୁଲୁଗୁମା ଡ। ରୱିନ୍ ମେମୋରିଆଲ କଲେଜର ୪ ଜଣ, ମାଥିଲି କଲେଜରୁ ୪ ଜଣ, ଗୋବିନ୍ଦପାଲି କଲେଜରୁ ୧ ଜଣ ସମୁଦାୟ ୧୧୩ ଜଣ ଛାତ୍ରଛାତ୍ରୀ +୩ ସେମିଷ୍ଟାର ପରୀକ୍ଷା ଦେବାରୁ ବଞ୍ଚିତ ରହିଥିବାର ସୂଚନା ରହିଛି।
Sign in
Sign in
Recover your password.
A password will be e-mailed to you.