କଟକ: ନାଳ ପାଣି ଲାଲ । ରକ୍ତ ଜୁଡ଼ୁବୁଡୁ ପୁରା ଶରୀର ।ଦେହରେ ରହିଛି ଏକାଧିକ କ୍ଷତ। ଆଉ ଏଭଳି କ୍ଷତ ବିକ୍ଷତ ମୃତଦେହକୁ କେନାଲରୁ ଉଦ୍ଧାର ସାଲେପୁର ପୋଲିସ । ଘଟଣାଟି ଯେତିକି ସମ୍ବେଦନଶୀଳ ସେତିକି ସ୍ପର୍ଶକାତର। ଏଭଳି ଘଟଣା ଦେଖିବାକୁ ମିଳିଛି ସାଲେପୁର ଥାନା ଅନ୍ତର୍ଗତ ଜିଗ୍ନିପୂର୍ ପଂଚାୟତ ମହାଜନପୂର୍ କେନାଲରେ । ଖବରପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା। ଏବଂ ଘଟଣାର ତଦନ୍ତ ଲାଗି କୁକୁରକୁ ଆଣିବା ପାଇଁ ପୋଲିସ ଯୋଜନା କରୁଛି । ଅନ୍ୟପକ୍ଷରେ କଟକରେ ପ୍ରଶିକ୍ଷଣ କୁକୁର ନଥିବାରୁ ଜଗତସିହପୁରରୁ କୁକୁର ଅଣାଯିବ ବୋଲି ପୋଲିସ କହିଛି । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ତଥା ବ୍ୟବସାୟୀ ଦୋଳଗୋବିନ୍ଦ ଦାସ। ବୟସ ୫୮ । ଘର ମତକତପୂର୍ । ଗତକାଲି ଘରୁ ଖାଇ ସାରି ଦୋକାନରେ ଶୋଇବାକୁ ଆସିଥିଲେ । କିନ୍ତୁ ଆଜି ତାଙ୍କ ମୃତଦେହ କେନାଲରେ ଭାଶୁଥିଲା । ବ୍ୟବସାୟୀଙ୍କର କାହା ସହିତ ନଥିଲା ଗଣ୍ଡଗୋଳ। କିନ୍ତୁ ଗତ ରାତିରେ ସିମେଣ୍ଟ ଗାଡ଼ି ଆସିଥିବାରୁ ଟଙ୍କା ଲୁଟ ଉଦ୍ଦେଶ୍ୟରେ ଏଭଳି ଘଟଣା ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି।
Sign in
Sign in
Recover your password.
A password will be e-mailed to you.