mobile header

କେନ୍ଦୁପତ୍ର ବିିକି ଘରକୁ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌; ଦୁଇ ମୃତ, ଦୁଇ ଆହତ,ଜଣେ ଗୁରୁତ୍ତର

କେନ୍ଦୁପତ୍ର ବିିକି ଘରକୁ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌; ଦୁଇ ମୃତ, ଦୁଇ ଆହତ,ଜଣେ ଗୁରୁତ୍ତର। 

କାଲିମେଳା:ତା ୨୯/୪ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଲିମେଳା ଥାନା ଅନ୍ତର୍ଗତ ବଦଲିଗୁଡା ଛକ ନିକଟରେ ପିକ ଅପ ଭ୍ୟାନ ଓଲଟି ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ଓ ଜଣେ  ଗୁରୁତର ହୋଇଛନ୍ତି। ଆଦି ଦ୍ବିପହରରେ ଭେଙ୍କଟପାଲାମ  ଗ୍ରାମପଞ୍ଚାୟତ ଅର୍ନ୍ତଗତ ଏମ ପି ଭି ୨୯ ଗ୍ରାମର ୫ ଜଣ କେନ୍ଦୁପତ୍ର ତୋଳିବା ପରେ ଭେଜାଙ୍ଗିୱାଡା ଫଡିରେ ଅଧିକ ଦରରେ ବିକ୍ରି କରିବା ପାଇଁ ସମ୍ପୃକ୍ତ ଗ୍ରାମ ର  କମଲେଶ  ମଣ୍ଡଳ  ଙ୍କ ର ଧଳାରଙ୍ଗର  ପିକଅପ ଭ୍ୟାନ  ନେଇ ଯାଇଥିଲେ । ସେଠାରେ କେନ୍ଦୁପତ୍ର ବିକ୍ରି କରି ଫେରୁଥିବା ସମୟରେ  କେନାଲ  ରାସ୍ତାରେ ଦୁର୍ଘଟଣା ଘଟିଥିଲା। ଏକ ମଟର ସାଇକେଲକୁ ସାଇଡ ଦେଉଥିବା ସମୟରେ ଭାରସାମ୍ୟ ହରାଇ ପିକଅପଟି ଓଲଟି ପଡିବାରୁ ଦୁର୍ଘଟଣା ହୋଇଥିବା ଜଣାପଡିଛି। ପ୍ର

ଥମେ ସମସ୍ତ ୫ ଜଣଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କୁ ଏମପିଭି-୨୧ ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ  ଅବସ୍ଥା ସଂକଟାପନ୍ନ ଥିବାରୁ ତୁରନ୍ତ କାଲିମେଳା  ଗୋଷ୍ଠୀସ୍ବାସ୍ଥ୍ବ କେନ୍ଦ୍ର କୁ ମେଡିକାଲକୁ ଅଣାଯାଇଥିଲା।  ତେବେ ଏଠାରୁ  ଗୁରୁତର ତିନି ଜଣ ଆହତ ଙ୍କର ଅବସ୍ଥା ସଂକଟାପନ୍ନ ଥିବା ଯୋଗୁ  କିଶୋର  ଢାଲୀ ବୟସ ୨୧ ବର୍ଷ, ଶିବଜିତ  ବୌଦ୍ଯ ବୟସ ୨୦ ବର୍ଷ  ମାଲକାନଗିରିର ଜିଲ୍ଲାର ମୂଖ୍ଯ  ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ବେଳେ  ଏମାନଙ୍କ ଜିଲ୍ଲା ମୂଖ୍ଯ  ମେଡିକାଲ ରେ  ମୃତ୍ଯୁ  ହୋଇଥିବା ବେଳେ ଅନ୍ଯ ଜଣେ  ଅନୁପ  ମିସ୍ତ୍ରୀ ବୟସ ୧୬ ବର୍ଷ ଗୁରୁତର ଆହତ ଜିଲ୍ଲାର  ମୂଖ୍ଯ  ଚିକିତ୍ସାଳୟରେ  ଚିକିତ୍ସିତ ହେଉଥିବା  ବେଳେ। ଅନ୍ଯ ଦୁଇଜଣ  ଅନିମେଶ  ସରକାର  ବୟସ ୧୪ ବର୍ଷ  ଓ  ବିଷ୍ଣୁ ମଣ୍ଡଳ ୨୧ ବର୍ଷ ଆହତ  ଅବସ୍ଥାରେ  କାଲିମେଳା ଗୋଷ୍ଠୀସ୍ବାସ୍ଥ୍ବ କେନ୍ଦ୍ର ରେ  ଚିକିତ୍ସିତ ହେଉଛନ୍ତି। ଗାଡିର ଡ୍ରାଇଭର  ମଣ୍ଟୁ ସରକାର  ଫେରାର ଅଛନ୍ତି। ଘଟଣାସ୍ଥଳ ରେ ପହଞ୍ଚିବା ସହିତ  ଘଟଣା ସମ୍ପର୍କ ରେ କାଲିମେଳା ପୋଲିସ ତଦନ୍ତ  କରୁଥିବା  ପୋଲିସ ସୂତ୍ର ରୁ  ଜଣାପଡିଛି।

 

Leave A Reply

Your email address will not be published.