mobile header

ଥାନା ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

:ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପରିସରରେ ଆଜି ଏକ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ପୋଲିସ ପକ୍ଷରୁ କଣ୍ଟାମାଳ ଥାନା ଦାୟିତ୍ବରେ ଥିବା ଡିଏସପି ତପଶ୍ଵନି କହଁର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଉକ୍ତ ଶିବିରରେ 100 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ରକ୍ତ ସଂଗ୍ରହ କରିବାରେ ବୌଦ୍ଧ ର ଡାକ୍ତରୀ ଦଳ ସହଯୋଗ କରିଥିଲେ।

ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀ ଯୁକ୍ତ ଜ୍ଞାନ ରଞ୍ଜନ ମହାନ୍ତି ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ 2 ନମ୍ୱର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀନିଙ୍କ ସ୍ବାମୀ ଅନିଲ ପ୍ରଧାନ ,ଅଞ୍ଚଳର ଜଣା ସୁନା ବରିଷ୍ଠ ସାମ୍ବାଦିକ ଦିବ୍ୟସଙ୍କର ରାଉତ ,ଡମ୍ବରୁଧର କହର ,ସମାଜସେବୀ ଓମ୍ ପ୍ରକାଶ ମିଶ୍ର , ଖମନ୍ ମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ପିନାକ ରଣା , ଶିତିକଣ୍ଠ , ଜଦୁ ବିହାରୀ ବାଘ,ରବି ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ କରିଥିଲେ।କଣ୍ଟାମାଳ ଅଞ୍ଚଳର ବହୁ ପୁରୁଷ ଓ ମହିଳା ମଧ୍ୟ ଏହି ଶିବିର ରେ ରକ୍ତ ଦାନ କରିଥିଲେ।କଣ୍ଟାମାଳ ପୋଲିସ ର ଏପରି କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳରେ ଭୂରି ଭୂରି ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.