mobile header

ବୟଫ୍ରେଣ୍ଡ୍ ପାଇଁ ଦରଦ, କଲେଜ ଟ୍ରେଜେରୀରୁ ୯୭ ଲକ୍ଷ ଟଙ୍କା ହଡ଼ପ

ନିଜ ପ୍ରେମିକ ପାଇଁ ଶିକ୍ଷାନୁଷ୍ଠାନର ଟ୍ରେଜେରୀ ଖାଲି କରିଦେଲେ ଯୁବତୀ । ଭାବପ୍ରବଣ ହୋଇ ଯୁବତୀ ତଥା ପ୍ରେମିକ ଜଣକ ଫୋନ୍ ପେ’ ଜରିଆରେ ତାଙ୍କ ପ୍ରେମିକ ତଥା ବୟଫ୍ରେଣ୍ଡ୍ ଆକାଉଣ୍ଟକୁ ୯୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପଠାଇଛନ୍ତି । ଯୁବତୀ ଜଣକ ତମାଣ୍ଡୋ ଥାନା ଅଧୀନ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଆକାଉଣ୍ଟାଣ୍ଟ୍ ଭାବେ କାର୍ଯ୍ୟରତ ଥିବା ବେଳେ ଦୀର୍ଘ ବର୍ଷେରୁ ଊର୍ଦ୍ଧ୍ୱ ଦିନ ହେଲାଣି ସେ ଏହିଭଳି ଭାବେ ଟଙ୍କା ପଠାଇ ଚାଲିଥିଲେ ବୋଲି ପୋଲିସ୍ ସୂଚନା ଦେଇଛି । ତେବେ କଲେଜ ଫି’ ବାବାଦକୁ ୯୭ ଲକ୍ଷ ଟଙ୍କାର ହିସାବ ଖୋଜିବା ପରେ ପ୍ରକୃତ ତଥ୍ୟ ସାମ୍‌ନାକୁ ଆସିଥିଲା । ତଦନ୍ତରେ ବାଧା ଉପୁଜିବା ଆଶଙ୍କାକୁ ଦୃଷ୍ଟିରେ ରଖି ଯୁବତୀ ଏବଂ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ସମ୍ପର୍କରେ ପୋଲିସ୍ ଅଧିକ ତଥ୍ୟ ଦେଇନଥିବା ବେଳେ ସେମାନଙ୍କ ନାମ ବି ପ୍ରକାଶ କରିନାହିଁ । ଯୁବତୀଙ୍କ ବୟଫ୍ରେଣ୍ଡ ସେହି କଲେଜର ପୂର୍ବତନ ଛାତ୍ର ବୋଲି ଜଣାପଡ଼ିଛି ।
କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଯୁବତୀ ଜଣକ ଏହି କଲେଜରେ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିବା ବେଳେ ତାଙ୍କର ଏଭଳି କାରନାମା ବିଷୟରେ ସମସ୍ତେ ଅଜ୍ଞ ଥିଲେ । ଫି’ ଟଙ୍କା କାହିଁକି ଡିପୋଜିଟ୍ ହୋଇ ନାହିଁ ବୋଲି ତା’ର ଖୋଳତାଡ଼ ହେବା ପରେ ସମସ୍ତ ତଥ୍ୟ ସାମ୍‌ନାକୁ ଆସିଥିଲା ଏବଂ ତାଙ୍କ ବିରୋଧରେ ତମାଣ୍ଡୋ ଥାନାରେ ଏତଲା ଦିଆଯାଇଥିଲା ବୋଲି କହିଛନ୍ତି । ଏତଲା ଆଧାରରେ ସମ୍ପୃକ୍ତ ଯୁବତୀ ତଥା ଲେଡି ଆକାଉଣ୍ଟାଣ୍ଟଙ୍କୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.