xmas

ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ଚିନ୍ତାଲବାଡା ଗ୍ରାମ ପଞ୍ଚାୟତବାସୀ

ମାଲକାନଗିରି, ୨୯।୯: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିନ୍ତାଲବାଡା ଗ୍ରାମ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତିା ଉକ୍ତ ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ, ବର୍ତମାନ ନୂତନ ଭାବେ କୋରୁକୋଣ୍ଡାରେ ଆଦର୍ଶ ଥାନା ହୋଇଥିବା ବେଳେ ଚିନ୍ତାଲବାଡା ଗ୍ରାମ ପଞ୍ଚାୟତକୁ କୋରୁକୋଣ୍ଡା ଆଦର୍ଶ ଥାନା ଅଂଚଳରେ ଅନ୍ତର୍ଭୁକ୍ତ କରା ଯାଉଛିା ତେବେ ଏଥିପୂର୍ବେ ଚିନ୍ତାଲବାଡା ଗ୍ରାମ ପଞ୍ଚାୟତ କାଲିମେଳା ଥାନା ଅନ୍ତର୍ଭୁକ୍ତ ଥିବା ବେଲେ କୋରୁକୋଣ୍ଡାରେ ନୂତନ ଥାନା ହେବାରୁ ଏହି ପଞ୍ଚାୟତକୁ କୋରୁକୋଣ୍ଡା ଥାନା ଅନ୍ତର୍ଭୁକ୍ତ କରା ଯାଉଛିା ତେବେ ଚିନ୍ତାଲବାଡା ଗ୍ରାମ ପଞ୍ଚାୟତ ଠାରୁ କାଲିମେଳା ଥାନା କେବଳ ୨୫ କିଲୋମିଟର ଦୂରତା ପଡୁଥିବା ବେଳେ କୋରୁକୋଣ୍ଡା ଥାନାକୁ ୬୦ କିଲୋମିଟର ଦୂରତା ପଡୁଅଛି । ଯାହା ଫଳରେ ପଞ୍ଚାୟତବାସୀଙ୍କ ଯେ କୌମସି ସମସ୍ୟା ଯଥା ଘରୋଇ କଳି ହେଉ କିମ୍ବା କୋର୍ଟ କଚେରୀ ଇତ୍ୟାଦି କାର୍ଯ୍ୟ କରିବାକୁ ହେଲେ ୬୦ କିଲୋମିଟର ଦୂରରେ ଥିବା କୋରୁକଣ୍ଡା ଥାନାକୁ ଯିବା ପାଇଁ ବହୁ ଅସୁବିଦାର ସମ୍ମୁଖୀନ ହେବା ତେଣୁ ଏହି ଗ୍ରାମ ପଞ୍ଚାୟତକୁ କାଲିମେଳା ଥାନା ଅଧୀନରେ ହିଁ ରଖାଯାଉ ଏବଂ କୋରୁକୋଣ୍ଡା ଥାନା ଅଧୀନରେ ଏହାକୁ ନିଆ ନଯାଉ ବୋଲି ଉଲ୍ଲେଖ ରହିଛିା ଏଥିସହ ଏହାର ଏକକିତା ନକଲ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ପ୍ରଦାନ କରିଛନ୍ତିା ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଦୂର୍ଗାପ୍ରସାଦ ତ୍ରିପାଠୀ, ଜିଲ୍ଲା ପରିଷଦ ଉପାଧକ୍ଷ ପତିତ ପାବନ ବୈଦ୍ୟ, ଚିନ୍ତାଲବାଡା ଗ୍ରାମ ପଞ୍ଚାୟତ ସରପଂଚ ମମତା ହନ୍ତାଳ, ସମିତି ସଭ୍ୟ ଶ୍ୟାମ ବଡନାୟକ, ପୂର୍ବତନ ସରପଞ୍ଚ ହରିବନ୍ଧୁ ହନ୍ତାଳ, ଗ୍ରାମ ମୁଖ୍ୟ ବିମଲ ମଣ୍ଡଲଙ୍କ ସହ ସମସ୍ତ ୱାର୍ଡମେମ୍ବର ଓ ପଞ୍ଚାୟତବାସୀ ଉପସ୍ତିତ ଥିଲୋ

Leave A Reply

Your email address will not be published.