xmas

ମୋଟୁ ଠାରେ ବିଜୁ ପଟ୍ଟନାୟକ ନୂତନ ବସଷ୍ଟାଣ୍ଡରୁ ବସ ଚଳାଚଳ ଶୁଭାରମ୍ଭ କାର୍ଯ୍ୟଶିଳ କରାଗଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସୀମାନ୍ତ ମୋଟୁ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡ, ମୋଟୁକୁ ବସ୍ ଚଳାଚଳ ଶୁଭାରମ୍ଭ କାର୍ଯ୍ୟଶିଳ କରାଗଲା । ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜ଼ିଲ୍ଲା ବିଜୁ ଜନତା ଦଳ ସଭାପତି, ଜନପ୍ରିୟ ନେତା ତଥା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି ଓ ଅନ୍ୟତମ ସଂମାନିୟ ଅତିଥି ସ୍ୱତନ୍ତ୍ର ଉନ୍ନୟନ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଆଡ଼ମା ରାବା, ଅତିରିକ୍ତ ଜ଼ିଲ୍ଲା ପାଳ ଶ୍ରୀ ବେଦବର ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ମାନସ ମିଶ୍ର, ମୋଟୁ ତହସିଲଦାର ଦୁର୍ଗା ପ୍ରସାଦ ଦରା, କାଲିମେଳା ବ୍ଲକ ସଭାପତି ସରତ ଚନ୍ଦ୍ର ବିଶ୍ୱାଳ, କାଲିମେଳା ବ୍ଲକ କାର୍ଯ୍ୟକାରି ସଭାପତି ଶ୍ରୀ ଡ଼ି. ବିଶ୍ୱନାଥ ରେଡ୍ଡୀ, ମୋଟୁ ଜ଼ିଲ୍ଲା ପରିଷଦ ସଭ୍ୟା ଅପର୍ଣ୍ଣା ମଣ୍ଡଳ, ଜ଼ିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଭାନେତ୍ରୀ ଶ୍ରୀମତି ରାଜେଶ୍ୱରୀ ପ୍ରଧାନ, ସମ୍ପାଦକ ତଥା କାଲିମେଳା ବ୍ଲକ ସାଂସଦ ପ୍ରତିନିଧି ଇ. ଭେଙ୍କଟ ରାଓ, କମସେନ ପ୍ରଧାନ, ମୁଚାଲ ରାଓ, ବିବେକ ମଣ୍ଡଳ, ଦାରି ଳିଙ୍ଗା, ଏ.ଡ଼ି.ଦନାମ, ସମିତି ସଭ୍ୟ ଶ୍ୟାମ ପ୍ରସାଦ ବିଶ୍ୱାସ, ତପନ ମଣ୍ଡଳ, ଏ. ରବି କୁମାର, ସି.ଏଚ ଶୁଭରାଓ ପାତ୍ର, ଶୁକଦେବ ବୈରାଗୀ, କେ. ରାହୁଲ, ଜ଼ିଲ୍ଲା ଛାତ୍ର ମିଡ଼ିଆ ସଂଯୋଜକ ସୁନିଲ ସାହୁଙ୍କ ସହ ମୋଟୁ ଅଞ୍ଚଳର ଏସ.ଏଚ.ଜି ମା ମାଉସୀଙ୍କ ସହ ବହୁ ବରିଷ୍ଠ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳବାସି ଓ ଜନସାଧାରଣଙ୍କ ସୁବିଧା ପାଇଁ ବିଜେଡି ସରକାର ସଦା ସର୍ବଦା ପ୍ରତିବଦ୍ଧ ଅଟେ ।

Leave A Reply

Your email address will not be published.