ଆଦିବାସୀ ଜନଜାତି ସମ୍ପ୍ରଦାୟର ଦିଶାରି ଓ ପୂଜକ ଏବଂ ବାଡେଙ୍କ ପରିଚୟ ପତ୍ରକୁ ନେଇ ଆଲୋଚନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ସମ୍ମିଳନୀ କକ୍ଷ ଠାରେ ଏସଡିସି ଅଧକ୍ଷ ଆଡମା ରାବାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ଆଦିବାସୀ ଜନଜାତି ସମ୍ପ୍ରଦାୟର ଶତାଧିକ ବିଭିନ୍ନ ଦେବା ଦେବୀଙ୍କୁ ପୂଜା କରୁଥିବା ଦିଶାରି, ପୂଜାରୀ, ବାଡେ ପ୍ରମୁଖ ଉପସ୍ଥିତ ହୋଇ ଏହି ଆଲୋଚନାରେ ଭାଗ ନେଇଥିଲେ l ଜିଲ୍ଲାରେ ବର୍ଷ ବର୍ଷ ଧରି ଏହି ପୂଜକ, ଦିଶାରି, ବାଡେ ମାନେ ବିଭିନ୍ନ ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ନିଜର ସ୍ଵତନ୍ତ୍ର ପରମ୍ପରା ଅନୁଯାୟୀ ବିଭିନ୍ନ ଦେବା ଦେବୀଙ୍କୁ ପୂଜା କରି ଆସୁଥିବା ବେଳେ ବିଗତ ଦିନରେ ସେମାନେ ତାଙ୍କ ପରିଚୟ ପତ୍ର ପାଇଁ ଦାବି କରି ଆସୁଥିଲେ l ଆଜି ବିକାଶ ପରିଷଦ ମାଧ୍ୟମରେ ସ୍ଵତନ୍ତ୍ର ପରିଚୟ ପାଇଁ ସେମାନେ ଏକତ୍ରିତ ହୋଇ ନିଜର ପ୍ରମାଣ ପତ୍ର ଏସ ଡି ସି ଅଧକ୍ଷ ଆଡମା ରାବାଙ୍କୁ ପ୍ରଦାନ କରିଥିଲେ ଏହି ଅବସରରେ ମୁଖ୍ୟତ ଏହି ପୂଜାରୀ ମାନଙ୍କ ପରିଚୟ ପାଇଁ ସେମାନଙ୍କ ନାମରେ ପରିଚୟ ପତ୍ର ପ୍ରଦାନ କରିବା, ଲାଗି ସହମତି ଜଣାଇବା ସହ ଶ୍ରୀ ରାବା ପ୍ରକାଶ କରିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦା ସର୍ବଦା ଆପଣଙ୍କର ସବୁ ସମସ୍ୟାର ସମାଧାନ ପାଇଁ ତତ୍ପର ଅଛନ୍ତି । ଆଦିବାସୀ ପରମ୍ପରା ଲୋପ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ ପରମ୍ପରା କଳା ଓ ସଂସ୍କୃତିର ସଂରକ୍ଷଣ ଲାଗି ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାରେ ଏହି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ବିଭାଗ ଗଠନ କରାଯାଇଛି । ମାଲକାନଗିରି ଜିଲ୍ଲାରେ ମୋତେ ଏହି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲାର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକଟି ଦିସାରି ପୂଜାରୀ, ବାଡେ ମାନଙ୍କ ସୁବିଧା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ମୁ ମୋର ପ୍ରୟାସ ଜାରି ରଖିଛି । ତେଣୁ ଏହି ସଂପର୍କରେ ସୁନିଶ୍ଚିତ ପଦକ୍ଷେପ ନିଆଯିବା ସହ ଯଥା ଶୀଘ୍ର ସମସ୍ତଙ୍କୁ ପରିଚୟ ପତ୍ର ତଥା ଆଇକାର୍ଡ ଦିଆଯିବ ବୋଲି ଶ୍ରୀ ରାବା ସେମାନଙ୍କ ଆଗରେ ପ୍ରକାଶ କରିଥିଲେ। ଆସିଥିବା ସମସ୍ତ ସଦସ୍ୟ ଶ୍ରୀ ରାବାଙ୍କୁ କୃତଜ୍ଞତା ଜଣାଇଥିଲେ l

Leave A Reply

Your email address will not be published.