xmas

କଂଗ୍ରେସର ଜଣେ ଆଶାୟୀ ପ୍ରାର୍ଥୀ ଅନାମୁ ଦିଆନ

କୋଟପାଡ଼: କୋଟପାଡ଼ ଗତ ନିର୍ବାଚନରେ ଆତ୍ମଘାତୀ କାର୍ଯ୍ୟ କରି ଅତି ଅଳ୍ପ ବ୍ୟବଧାନ ମାତ୍ର ୨୭୦୦ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ପରାସ୍ତ ହୋଇଥିଲେ କିନ୍ତୁ ବର୍ତ୍ତମାନର ସମୟ ଅଲଗା ଅଛି । ବିଜେଡିର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ଏସ.ଡି.ସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, ବିଜେଡି ଜିଲ୍ଲା ଉପସଭାପତି ପ୍ରଶାନ୍ତ ଗୁପ୍ତା ଦୌଡ଼ରେ ଥିବା ଅସମର୍ଥିତ ସୂତ୍ରରୁ ପ୍ରକାଶ ଅନ୍ୟପକ୍ଷରେ ବିଜେପିର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ରୁପୁ ଭତରା, ବାଳକୄଶନ ମାଝି, ଖଗେଶ୍ବର ପୂଜାରୀ ଦୌଡ଼ରେ ଥିବା ଚର୍ଚ୍ଚା ଚାଲିଛି ବର୍ତ୍ତମାନ କଂଗ୍ରେସର ପ୍ରାର୍ଥୀ ଅନାମୁ ଦିଆନ ସବୁଜ ସଂକେତ ମିଳିବା ପରେ ବିଭିନ୍ନ ପଞ୍ଚାୟତରେ ଜୋରଦାର ପ୍ରଚାର ଆରମ୍ଭ କରିଥିବା ଶୁଣାଯାଉଛି । କୋଟପାଡ଼ କଂଗ୍ରେସ ମିଳିତ ଭାବରେ ଏକ ମନରେ ପ୍ରାର୍ଥୀଙ୍କୁ ସବୁଜ ସଂକେତ ଦେଇଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡିଛି । ଆଗାମୀ ଦିନରେ ତ୍ରିମୁଖ ପ୍ରତିଦ୍ୱନଦିତା ହେବ ବୋଲି ଜଣାପଡିଛି । କୋଟପାଡ଼ କଂଗ୍ରେସର ପ୍ରାର୍ଥୀ ଚୁଡାନ୍ତ ହୋଇଥିବା ବେଳେ ଖାଲି ଓଉପଚାରିକତା ବାକି ରହିଛି ବୋଲି ଏକ ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.