xmas

ଏସଡିସି ସମ୍ମିଳନୀ କକ୍ଷ ଠାରେ ଜନଜାତି ଏବଂ ଆଦିବାସୀ ମଇରା ବାଜକଙ୍କୁ ନେଇ ବୈଠକ

ମାଲକାନଗିରି: ମାଲକାନଗିରି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସମ୍ମିଳନୀ କକ୍ଷଠାରେ ରେ ଆଜି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡମା ରାବାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଜନଜାତି ତଥା ଆଦିମ ଜନଜାତି ପରମ୍ପରାର ମଇରା ବାଜକ ମାନଙ୍କୁ ନେଇ ଏକ ବୈଠକର ଅନୁଷ୍ଠିତ ହୋଇଯାଇଛି l ଏହି ବାଜକ ମାନେ ମୁଖ୍ୟତଃ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ଓ ପୁରାତନ ଠାକୁରାଣୀ ପୀଠ ଗୁଡ଼ିକରେ ପୂଜା ସମୟରେ ଓ ଅନ୍ୟ ନୀତିକାନ୍ତି ସମୟରେ ବାଦ୍ୟ ବଜାନ୍ତି । ତେବେ ଏହି ବାଜକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏହି ବୈଠକରେ ଆଲୋଚନା କରଯାଇଥିଲା । ବାଜକ ମାନଙ୍କ କହିବା ଅନୁଯାୟୀ ବର୍ଷ ବର୍ଷ ଧରି ପିଢୀ ପରେ ପିଢୀ ସେମାନେ ତାଙ୍କ ଏହି ପାରମ୍ପରିକ ବାଦ୍ୟ ଯନ୍ତ୍ର ବ୍ୟବହୃତ କରିଆସୁଛନ୍ତି । ତେବେ ବର୍ତ୍ତମାନ ବାଦ୍ୟ ଯନ୍ତ୍ର ଗୁଡ଼ିକ ନଷ୍ଟ ବା ଖରାପ ହେବାରେ ଲାଗିଲାଣି । ଯାହା ଦ୍ଵାରାକି ଅନେକ ଶିଳ୍ପୀ ଏବଂ କଳାକାର ନିଜର କଳାଠୁ ବଞ୍ଚିତ ହେଉଛନ୍ତି l ଏହାସଶ ଏହି ବାଜକ ମାନଙ୍କ କଳାକୁ ଆଗକୁ ନେବା ପାଇଁ ଓ ସେମାନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ବୈଠକରେ ବାଜକ ମାନେ ଅନୁରୋଧ କରିଥିଲେ । ଯାହାକୁ ନେଇ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଶ୍ରୀ ରାବା ମଇରା ବାଜକ ମାନଙ୍କ ଦ୍ୱାରା କରାଯାଇଥିବା ଦାବି ଗୁଡିକ ଉପରେ ଗୁରୁତ୍ଵ ଦେଇ ଯଥା ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ । ଏହା ସହ ଶ୍ରୀ ରାବା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣ ମାନଙ୍କ ଏହି ସବୁ ସମସ୍ୟାର ସମାଧାନ ଲାଗି ପୂର୍ବରୁ ହିଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ବାଦ୍ୟ ଯନ୍ତ୍ର ଆପଣ ମାନଙ୍କ ପାଖରେ ପହଞ୍ଚେଇବାର ସୁବିଧା କରିଛନ୍ତି । ଯଥା ଶୀଘ୍ର କିଭଳି ଆପଣମାନଙ୍କ ପାଖରେ ବାଦ୍ୟ ଯନ୍ତ୍ର ପହଞ୍ଚିବ ଓ କୌଣସି ମୋଇରା ବାଜକ ଏଥିରୁ ଯେଭଳି ବଞ୍ଚିତ ନହୁନ୍ତି ସେନେଇ ମୁ ମୋର ଚେଷ୍ଟା ଯାରିରଖିଛି l ଯୋଜନା ସମ୍ପର୍କରେ ଶୁଣିବା ପରେ ଉପସ୍ଥିତ ମୋଇରା ବାଜକ ମହଲରେ ଖୁସିର ଲହରୀ ଖେଳିଯିବା ସହ ମୁଖ୍ୟମନ୍ତ୍ରୀ ଏବଂ ଏସଡିସି ଅଧକ୍ଷ ଶ୍ରୀ ରାବାଙ୍କୁ ସାଧୁବାଦ ଜଣେଇ ସମସ୍ତେ ପ୍ରସଂଶା କରିବା ସହ ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ଵାରା ଏହି ସ୍ଵତନ୍ତ୍ର କଳା ବଞ୍ଚି ରହିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.