xmas

ସାଇବର ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ମାଲକାନଗିରି, ୧୫।୧୦: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ପୋଲିସ କାର୍ଯ୍ୟଳୟରେ ଆଜି ସାଇବର ସଚେତନତା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୋଲିସ କାର୍ଯ୍ୟଳୟରେ ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ଅଧକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ଏସଡିପିଓ ସଚିନ ପଟେଲ, ଡିଏସପି ସତ୍ୟ ବିକାଶ ଭୂୟା, ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଗତ ୩୦ ତାରିଖରୁ ଆରମ୍ଭ କରାଯାଇଥିବା ବେଳେ ଆଜି ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଇତି ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କୁ ସାଇବର ଠକେଇ ଠାରୁ କିପରି ଦୂରେଇ ରହିବେ ସେନେଇ ସଚେତନ କରଯାଇଥିଲା । ଏହା ବ୍ୟତୀତ ଯଦି କେହି ସାଇବର ଠକେଇରେ ପଡନ୍ତି ତେବେ କଣ ପଦକ୍ଷେପ ନେବେ ସେନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ତେବେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ତଥା ଶିକ୍ଷା ଅନୁଷ୍ଠାନରେ ମଧ୍ୟ ସଚେତନତା ମୂଳକ ପ୍ରତିଯୋଗୀତାର ଆୟୋଜନ କରାଯାଇଥିବା ବେଳେ ଏଥିରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା ।

Leave A Reply

Your email address will not be published.