xmas

ସାଇଣ୍ଟିଫିକ ଟିମ ପହଞ୍ଚିବାରେ ବିଳମ୍ବ ଯୋଗୁଁ ମହିଳାଙ୍କ ମୃତଦେହ ୨୪ ଘଣ୍ଟା ପରେ ଭି ଗଛରୁ କଢା ଯାଇପାରୁନାହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୨୭ ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଗତ ଦୁଇ ଦିନ ଧରି ଏକ ଗଛରେ ଝୁଲି ରହିଥିବା ବେଳେ ସାଇଣ୍ଟିଫିକ ଟିମ ନଆସିବାରୁ ବର୍ତ୍ତମାନ ଯାଏଁ ଏହି ମୃତଦେହକୁ ଗଛରୁ ତଳକୁ କଢା ଯାଇପାରୁନି । ଗୋଟିଏ ପଟେ ମୃତ ମହିଳାଙ୍କ ପରିବାର ଲୋକେ ଦୁଖରେ ଭାଙ୍ଗି ପଡିଥିବା ବେଳେ ଶବ ସତ୍କାର ପାଇଁ ଅପେକ୍ଷା କରି ରହିଥିବା ବେଳେ ଅନ୍ୟପଟେ ଶବଟି ମଧ୍ୟ ନଷ୍ଟ ହେବାକୁ ଲାଗିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏମପିଭି ୨୭ ଗ୍ରାମର ଅସିମ ଗାଇନଙ୍କ ଝିଅ ସୀବନୀ ଗାଇନ ଅନ୍ୟତ୍ର ବିବାହ କରିଥିବା ବେଳେ ସେ ଗତ କିଛି ଦିନ ଧରି ନିଜର ଚିକିତ୍ସା ନିମନ୍ତେ ନିଜ ବାପାଙ୍କ ଘରେ ରହୁଥିଲେ । ତେବେ ଏପରି ସ୍ଥିତିରେ ଗତ ଦୁଇ ଦିନ ପୂର୍ବେ ସେ ଘରୁ କେଉଁ ଆଡେ ଚାଲି ଯାଇଥିବା ବେଳେ ପରିବାର ଲୋକେ ଖୋଜା ଖୋଜି କରିବାରୁ ତାଙ୍କ ମୃତଦେହ ଏକ ଗଛରେ ଝୁଳୁଥିବା ଦେଖିବାକୁ ପାଇଥିଲେ । ଏହାପରେ ଏନେଇ କାଲିମେଳା ଥାନାକୁ ଜଣାଇବା ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ସତ, କିନ୍ତୁ ଉକ୍ତ ମତଦେହକୁ ଉଦ୍ଧାର କରି ପାରିନଥିଲେ । ସାଇଣ୍ଟିଫିକ ଟିମ ଆସିଲେ ଏହି ଘଟଣାର ତଦନ୍ତ କରି ଉକ୍ତ ଶବ ଉଦ୍ଧାର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ତେବେ ଏହି ଘଟଣା ଆଜିକୁ ଦୁଇଦିନ ହୋଇଥିବା ବେଳେ ଏଥିରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ସହ ମୃତକଙ୍କ ସମ୍ପର୍କୀୟ ମାନେ ମଧ୍ୟ ଭାଙ୍ଗି ପଡିଛନ୍ତି । ତେବେ ମାଲକାନଗିରି ଜିଲ୍ଲାରେ ସାଇଣ୍ଟିଫିକ ଟିମ ନଥିବାରୁ ଜିଲ୍ଲା ବାହାରୁ ଏହି ଟିମ ପ୍ରତିଥର ଆସି ଘଟଣାର ତଦନ୍ତ କରୁଥିବା ବେଳେ ବର୍ତ୍ତମାନ କିନ୍ତୁ ଉକ୍ତ ଟିମ ଗୁଡିକ ବିଭିନ୍ନ ମାମଲାରେ ନିଜର ତଦନ୍ତ ଜାରି ରଖିଥିବାରୁ ଏମପିଭି ୨୭ ଗ୍ରାମକୁ ଆସିବାରେ ବିଳମ୍ବ ହେଉଥିବା କାଲିମେଳା ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାରେ ସାଇଣ୍ଟିଫିକ ଟିମ ନଥିବାରୁ ଲୋକେ ଏପରି ବିଭିନ୍ନ ସମୟରେ ନାନା ସମସ୍ୟାର ସାମ୍ନା କରୁଥିବା ବେଳେ ଜିଲ୍ଲାରେ ଏକ ସାଇଣ୍ଟିଫିକ ଟିମର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୧୯୯୨ ମସିହାରୁ ମାଲକାନଗିରି ଜିଲ୍ଲା ଘୋଷଣା କରାଗଲା କିନ୍ତୁ ଦୀର୍ଘ ୩୧ ବର୍ଷ ବିତିଗଲା ଭି ସରକାର ଜିଲ୍ଲାରେ ସାଇଣ୍ଟିଫିକ ଟିମ୍ ବ୍ୟବସ୍ଥା ଗ୍ରହଣ କରିପାରିନାହାନ୍ତି। ଯାହାଦ୍ୱାରା କି ଜିଲ୍ଲାବାସୀ ହଇରାଣ ହେବାକୁ ପଡୁଛି। ତେଣୁ ମାଲକାନଗିରି ଜିଲ୍ଲାରେ ଏକ ସାଇଣ୍ଟିଫିକ ଟିମ୍ ର ନିଯୁକ୍ତି ଦେବା ପାଇଁ ଜିଲ୍ଲାବାସୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.