୬ଜଣ ପୁଲିସ୍ କର୍ମଚାରୀ ଅବସର ଗ୍ରହଣ

ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାରେ ନିୟୋଜିତ ୬ଜଣ ପୁଲିସ୍ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ଅବସର ଗ୍ରହଣ କରିଥିବା ପୁଲିସ୍ କର୍ମଚାରୀ ମାନଙ୍କ ମଧ୍ୟରେ ଜଣେ ଏଏସଆଇ, ୩ଜଣ ହାବିଲଦାର ଓ ୨ଜଣ କନଷ୍ଟେବଳ ଅନ୍ତର୍ଭୁକ୍ତ । ଅବସର ନେଇଥିବା ସମସ୍ତ କର୍ମଚାରୀ ଚାକିରୀ କାଳ ମଧ୍ୟରେ ସର୍ବଦା କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେବା ସହ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ବିଭାଗ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛି ।
ଡିସିଆରବିରେ କାର୍ଯ୍ୟରତ ଥିବା ଏଏସଆଇ ଶ୍ରୀ ଜିତେନ୍ଦ୍ର କୁମାର ରାୟ ୧୯୬୨ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୮୩ ମସିହାରେ ପୁଲିସ୍ ବିଭାଗରେ ଯୋଗଦାନ କରିବା ସହିତ ୨୦୦୯ ମସିହାରେ ଏଏସଆଇ ପଦବୀକୁ ପଦୋନ୍ନତି ପାଇ ସମ୍ପୃକ୍ତ ବିଭାଗକୁ ଦୀର୍ଘ ୩୮ବର୍ଷରୁ ଉର୍ଦ୍ଧ୍ଵ ସମୟ ପର୍ଯ୍ୟନ୍ତ ନିଷ୍ଠାପର ସେବା ପ୍ରଦାନ କରିଆସିଛନ୍ତି । ସେହିଭଳି ୧୯୬୨ ମସିହାରେ ପୁରୀ ଜିଲ୍ଲାରେ ଜନ୍ମଲାଭ କରିଥିବା ହାବିଲଦାର ଶ୍ରୀ ଭରତ ଚନ୍ଦ୍ର ମଲ୍ଲିକ ଅବସର ନେବା ସମୟରେ ଭୁବନେଶ୍ୱର ରିଜର୍ଭ ଅଫିସରେ କର୍ତ୍ତବ୍ୟରତ ଥିଲେ । ସେ ୧୯୮୧ ମସିହାରେ ପୁଲିସ୍ ବିଭାଗରେ ଚାକିରୀ ଜୀବନ ଆରମ୍ଭ କରି ୨୦୦୯ ମସିହାରେ ପଦୋନ୍ନତି ପାଇବା ସହିତ ପ୍ରାୟ ୪୦ବର୍ଷରୁ ଉର୍ଦ୍ଧ୍ଵ ସମୟ ଅବଧି ପର୍ଯ୍ୟନ୍ତ ନିଜର ସେବା ସୂଚାରୁ ରୂପେ ସମ୍ପାଦନ କରିଛନ୍ତି । ୧୯୬୨ ମସିହାରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିବା ହାବିଲଦାର ଶ୍ରୀ ଦିଲୀପ କୁମାର ବଡ଼ଜେନା ଚାକିରୀ ଜୀବନର ଶେଷ ସମୟରେ ଶ୍ରୀ ଲିଙ୍ଗରାଜ ଥାନାରେ କର୍ତ୍ତବ୍ୟରତ ଥିଲେ । ସେ ୧୯୮୫ ମସିହାରେ ପୁଲିସ୍ ବିଭାଗରେ ଯୋଗଦାନ କରି ୨୦୦୯ ମସିହାରେ ହାବିଲଦାର ପଦବୀକୁ ପଦୋନ୍ନତି ପାଇବା ସହିତ ପୁଲିସ୍ ବିଭାଗ ପାଇଁ ୩୬ବର୍ଷରୁ ଉର୍ଦ୍ଧ୍ଵ ସମୟସୀମା ପର୍ଯ୍ୟନ୍ତ ନିଷ୍ଠାପର ସେବା ପ୍ରଦାନ କରିଆସିଛନ୍ତି । ଶ୍ରୀ ଦାଶରଥି ପ୍ରଧାନ ୧୯୬୨ ମସିହାରେ ପୁରୀ ଠାରେ ଜନ୍ମ ଗ୍ରହଣ କରିବା ସହିତ ଶିକ୍ଷା ସମାପ୍ତ ପରେ ୧୯୮୬ ମସିହାରେ ଓଡ଼ିଶା ପୁଲିସ ବିଭାଗରେ କନଷ୍ଟେବଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ସେ ୨୦୧୭ ମସିହାରେ ହାବିଲଦାର ପଦବୀକୁ ପଦୋନ୍ନତି ପାଇ ଦୀର୍ଘ ୩୫ବର୍ଷରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ପୁଲିସ ବିଭାଗ ନିମନ୍ତେ ନିଷ୍ଠାପର ଭାବେ ସେବା ପ୍ରଦାନ କରିଆସୁଥିଲେ । ଚାକିରୀ ଜୀବନର ଶେଷ ସମୟରେ ସେ ଏୟାରପୋର୍ଟ୍ ଥାନାରେ କର୍ତ୍ତବ୍ୟରତ ଥିଲେ । ସେହିପରି କନଷ୍ଟେବଳ ଏସ.କେ ଅମାନୁଲା ଖୋର୍ଦ୍ଧା ଜିଲ୍ଲାରେ ୧୯୬୨ ମସିହାରେ ଜନ୍ମ ଗ୍ରହଣ କରିବା ସହିତ ଶିକ୍ଷା ସମାପ୍ତ ପରେ ୧୯୮୩ ମସିହାରେ ଓଡ଼ିଶା ପୁଲିସ ବିଭାଗରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେ ଦୀର୍ଘ ୩୮ବର୍ଷରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ପୁଲିସ ବିଭାଗ ପାଇଁ ନିଷ୍ଠାପର ଭାବେ ସେବା ପ୍ରଦାନ କରି ଆସିଥିଲେ । ଚାକିରୀରୁ ଅବସର ସମୟରେ ସେ ଖାରବେଳ ନଗର ଥାନାରେ କାର୍ଯ୍ୟରତ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିବା ଅଖତର ହୁସେନ ଖାନ ୧୯୮୭ ମସିହାରେ ନିଜ ଚାକିରୀ ଜୀବନ ଆରମ୍ଭ କରିବା ସହିତ ୩୪ବର୍ଷରୁ ଉର୍ଦ୍ଧ୍ଵ କାଳ ପର୍ଯ୍ୟନ୍ତ ପୁଲିସ ବିଭାଗ ନିମନ୍ତେ ନିରନ୍ତର ଓ ନିଷ୍ଠାପର ଭାବେ ସେବା ପ୍ରଦାନ କରି ଆସିଥିଲେ । ଚାକିରୀ ଜୀବନର ଶେଷ ସମୟରେ ସେ ଧଉଳି ଥାନାରେ ନିଯୁକ୍ତ ଥିଲେ ।

Leave A Reply

Your email address will not be published.