xmas

ସୁଜାତା କାର୍ତ୍ତିକେୟନଙ୍କୁ ଭାଷା, ସାହିତ୍ୟ ଓ ସଂସ୍କୃତିର ଅତିରିକ୍ତ ଦାୟିତ୍ଵ

୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ଭୁବନେଶ୍ଵର: ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିର୍କେୟନଙ୍କୁ ଆଜି ରାଜ୍ୟ ସରକାର ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେ ଏବେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ତାଙ୍କ ନେତୃତ୍ଵରେ ରାଜ୍ୟ ସରକାରଙ୍କ ବହୁ ମହତ୍ଵାକାଂକ୍ଷୀ ଯୋଜନା ମିଶନ ଶକ୍ତି ଘରେ ଘରେ ପରିଚିତ ହୋଇ ପାରିଛି। ଏହି ଯୋଜନାରେ ମହିଳାମାନେ କେମିତି ସ୍ଵରୋଜଗାର ହେବା ସହ ସଶକ୍ତିକରଣ ହେବେ ଏ ଦିଗରେ ସୁଜାତାଙ୍କ କାର୍ଯ୍ୟଶୈଳୀ ବେଶ ସହାୟକ ହୋଇଛି। ତୃଣମୂଳସ୍ତରରେ ଏହାର ସଫଳ ରୂପାୟନ ଦିଗରେ ସଚିବ ଭାବେ ସୁଜାତା ବେଶ କାର୍ଯ୍ୟ କରିଛନ୍ତି।

ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ସୂଚନାଯୋଗ୍ୟ, ବରିଷ୍ଠ ସତ୍ୟବ୍ରତ ସାହୁ ଏବେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ସାହୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମେତ ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱରେ ମଧ୍ୟ ଅଛନ୍ତି ।

Leave A Reply

Your email address will not be published.