ଡିଭିଏଫ ଯବାନଙ୍କ ମହାନତା, ଖଟିଆରେ ବୃଦ୍ଧଙ୍କୁ ବୋହିଲେ ୨ କିମି

ଡିଭିଏଫ ଯବାନଙ୍କ ମହାନତା । ରୋଗାଗ୍ରସ୍ତ ବୃଦ୍ଧାଙ୍କୁ ଖଟିଆରେ ବୋହି ମେଡିକାଲ ନେଲେ ଯବାନ । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ କମାରପାଲୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଖବର ଅନୁଯାୟୀ, ଯବାନ ମାନେ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରାଉଥିବା ବେଳେ କମାରପାଲୀ ଗାଁର ଆପୁ ପଡିଆମି ନାମକ ବୃଦ୍ଧ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏହା ଦେଖି ଡିଭିଏଫ ଯବାନମାନେ ତୁରନ୍ତ ବୃଦ୍ଧଙ୍କୁ ସହଯୋଗ କରିବା ପାଇଁ ବାହାରିପଡିଥିଲେ। ପ୍ରାୟ ୨ କିଲୋମିଟର ବୃଦ୍ଧକୁ ଖଟିଆରେ ବୋହି ଯବାନ ମାନେ ଗାଡ଼ି ପାଖକୁ ନେଇଥିଲେ । ସେଠାରୁ ବୃଦ୍ଧଙ୍କୁ ମାଥିଲି ମେଡିକାଲକୁ ନେଇ ଚିକିତ୍ସା ସୁବିଧା ଯୋଗାଇଥିଲେ ।

Leave A Reply

Your email address will not be published.