mobile header

ଜବାନ ଶ୍ରମିକ ଦିବସରେ ଖାଇଲେ ‘ପଖାଳ’

ବିଶ୍ୱ ୧ ମେକୁ ଶ୍ରମିକ ଦିବସ ଭାବେ ପାଳନ କରୁଛି। ଏହି ଆବସରକୁ ଛତିଶଗଡ ନାରାୟଣପୁରରେ ମାଓ ମୁକାବିଲା ଲାଗି ମୁତୟନ ଜିଲ୍ଲା ପୋଲିସ ଫୋର୍ସ ସମେତ ଛତିଶଗଡ଼ ସଶସ୍ତ୍ର ବଳ ଓ ଡିଆରଜି ଜବାନମାନେ ବୋରେ ବାସୀ (ପଖାଳ) ଖାଇ ପାଳନ କରିଛନ୍ତି। ଛତିଶଗଡ ସରକାର ଦିବସଟିକୁ ବାସି ପଖାଳରେ ପାଳନ କରିବା ଲାଗି ପୂର୍ବରୁ ଆହ୍ୱାନ ଦେଇଥିଲେ। ସେହି ଅନୁସାରେ ଜବାନମାନଙ୍କୁ ମଧ୍ୟାହ୍ନ ଭୋଜନରେ ବୋରେବାସୀ ପରସା ଯାଇଛି।

ବାସି ପଖାଳ ଖାଇ ଜବାନମାନେ ଭାବ ବିଭୋର ହୋଇପଡିଥିଲେ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ପିଲାଦିନ ଓ ଘର କଥା ମନେ ପକାଇ ଦେଇଥିବା କହିଛନ୍ତି। ସାରା ଦେଶରେ ଏବେ ଗ୍ରୀଷ୍ମ ଋତୁ, ଅସହ୍ୟ ଗରମ ପଡୁଥିବା ବେଳେ ଏବେ ଜବାନମାନେ ପ୍ରାୟ ଦିନ ପଖାଳ ଖାଇବାକୁ ଚାହୁଁଥିବା କହିଛନ୍ତି। ଏଥିରେ ଡିଆରଜି ଇନଚାର୍ଜ ଯେଉଁ ଦିନ ରାତିରେ ଭାତ ବଳିଯିବା ତା ପରଦିନ ସକାଳେ ଏହାକୁ ଜାବନଙ୍କ ସହ ବାସି ପଖାଳ କରି ଖାଇବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି।

Leave A Reply

Your email address will not be published.