mobile header

ମାଓବାଦୀ ଙ୍କ ଆତ୍ମ ସମର୍ପଣ

କଳାହାଣ୍ଡି : ଆତ୍ମ ସମର୍ପଣ କରିଛି ହାର୍ଡକୋର ମାଓ ବାଦୀ । ଦୀର୍ଘ ଦିନ ଧରି ମାଓବାଦୀ ଭାବରେ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ଆଜି କଳାହାଣ୍ଡି ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । ତେବେ ସେ ହେଉଛି ଲାଲସୁ ସେନ୍ଧୁ ଲକ୍ଷ୍‌ମଣ ଆପକା । ଲାଲସୁ ୨୦୦୯ ରେ ମାଓବାଦୀ ସଂଗଠନ ରେ ସାମିଲ ହୋଇଥିଲା । ଏହା ପରେ ୨୦୧୧ ରେ ଓଡିଶାର ନିୟମଗିରି ରେ ଆସି କାର୍ଯ୍ୟ କରୁଥିଲା । ସେହି ଠାରେ ହିଁ ସେ ସଂଗଠନକୁ ଚଳାଉଥିଲା । ୨୦୧୪ ରେ ସେ କଲରାପଟରେ କମିଟି ମେମ୍ବର ଭାବରେ ରହି କାମ କରୁଥିଲା । ଜଣେ ସକ୍ରିୟ ସଦସ୍ୟ ଭାବେ ରହି ସେ କାମ କରୁଥିଲା । ତେବେ ମାଓବାଦୀ ମାନଙ୍କୁ ଜଣେ ଉତମ ମାନର ଜୀବନ ଧାରଣ କରିବା ପାଇଂ ସରକାର ଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ମଧ୍ୟ ଯୋଗାଇ ଦିଆଯାଉଛି । ତେଣୁ ସରକାର ଙ୍କ ପାଖରେ ଆତ୍ମ ସମର୍ପଣ କରିଥିବା ରୁ ସରକାର ଙ୍କ ପକ୍ଷରୁ ୫ ଲକ୍ଷ ଯାଏଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ।

Leave A Reply

Your email address will not be published.