mobile header

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ

ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଆଜି ଦେବଗଡ଼ ଥାନା ପୁଲିସ୍ ଗିରଫ କରିଛି। ଦେବଗଡ଼ ଏସ୍‌ଡିପିଓ ଏହି ସୂଚନା ଦେଇଛନ୍ତି।

ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ, ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଦେବଗଡ଼ ପୁଲିସ୍ ତାଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରୁ ଗିରଫ କରିଛି। ବିଧାୟକଙ୍କ ସହିତ ତାଙ୍କ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗତକାଲି ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଦେବଗଡ଼ ଥାନାରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନାଁରେ ଅଭିଯୋଗ କରିଥିଲେ। ବିଧାୟକ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ଏବଂ କର୍ମୀ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସେ ତାଙ୍କ ଏତଲାରେ ଦର୍ଶାଇଥିଲେ। ବିଡିଓ ଶ୍ରୀ ଦଳପତି ଗତକାଲି ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡ଼ି ଗାଁକୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଯୁଗ୍ମ ତଦନ୍ତରେ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।

Leave A Reply

Your email address will not be published.