mobile header

ତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ବାପା

ସୁନ୍ଦରଗଡ଼ ୦୧।୦୫ : ଜନ୍ମଦାତା ସାଜିଲା ସୈତାନ । ନିଜ ଜନ୍ମକଲା ଛୁଆଙ୍କୁ କୂଅରେ ଫିଙ୍ଗିଦେଲା ବାପା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କୁଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟଣା ।

ଖବର ଅନୁଯାୟୀ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ଝଗଡ଼ା ଲାଗିରହିଥିଲା । ପ୍ରତିଦିନ ଘରେ ମଧ୍ୟରେ ଅଶାନ୍ତିର ବାତାବରଣ ରହିଥିଲା । ଯାହାର କୁପରିଣତି ଏବେ ଦେଖାଦେଇଛି । ମଦ ପିଇ ଆସି ସ୍ତ୍ରୀଙ୍କ ସହିତ ଝଗଡ଼ା କରିଥିଲା । ଝଗଡ଼ା ଏତେ ପରିମାଣରେ ବଢିଗଲା ଯାଇଥିଲେ ଯେ ମଦ୍ୟପ ସ୍ୱାମୀ ନିଜ ୩ ଛୁଆଙ୍କୁ କୂଅରେ ଫିଙ୍ଗିଦେଇଥିଲା । ଯାହାଫଳରେ ୩ଛୁଆଙ୍କ ମୃତ୍ୟୁ ହୋଇଥିଲା । ମୃତ ୩ ଶିଶୁଙ୍କ ବୟସ ଯଥାକ୍ରମେ- ୫ ବର୍ଷ, ୨.୫ ବର୍ଷ, ୩ ବର୍ଷ ବୋଲି ସୂଚନା ରହିଛି । ହେଲେ ଏବେ ଯାଏଁ ସେମାନଙ୍କ ପରିଚୟ ମିଳିପାରିନାହିଁ ।

ସେପଟେ ଏଭଳି ଅମାନୁଷିକ ଘଟଣା ଭିଆଇବା ପରେ ମଦ୍ୟପ ବାପା ଘଟଣାସ୍ଥଳରୁ ଫେରାର ମାରିଛି । କୋଇଡ଼ା ଥାନା ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Leave A Reply

Your email address will not be published.